www.samajalive.in
Thursday, December 11, 2025
13.1 C
Bhubaneswar

୩୦ରୁ ଖସିବ ତାପମାତ୍ରା, ୬ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ବହୁଛି। ଫଳରେ ରାତିରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ତଳେ ରହୁଛି। ସପ୍ତାହେ ଧରି ଦକ୍ଷିଣ ଓଡ଼ିଶା ଜାଡ଼ କବଳରେ ଥିବାବେଳେ ଫୁଲବାଣୀରେ ଶୀତ ପ୍ରକୋପ ଅସମ୍ଭାଳ କଲାଣି। ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି, ସୋନପୁର, କୋରାପୁଟ, ବଲାଙ୍ଗିର, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାରିପଦାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। କିନ୍ତୁ ଏହି ସମୟ ମଧ୍ୟରେ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‍ସିୟସ୍‍ କମିବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଶୀତ ଲହରୀକୁ ନେଇ ପୂର୍ବାନୁମାନ କରାଯାଇଛି। ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତର ପ୍ରକୋପ ପ୍ରବଳ କିମ୍ବା ଅତି ପ୍ରବଳ ଅନୁଭୂତ ହେବ। ତେଣୁ ଏସବୁ ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‍ କମଶନର ଜାରି କରିଥିବା ସତର୍କତାରେ ଦର୍ଶାଇଛନ୍ତି ଯେ ଡିସେମ୍ବର ୩୦ରୁ ଜାନୁଆରୀ ୨ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତର ପ୍ରକୋପ ପ୍ରବଳ କିମ୍ବା ଅତି ପ୍ରବଳ ଅନୁଭୂତ ହେବ ଏବଂ ଏସବୁ ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଲୋକମାନେ ଥଣ୍ଡାରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥତା ଅନୁଭବ କରିପାରନ୍ତି। ଏହା ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ସେହିପରି ରାଜ୍ୟର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେବା ସମ୍ଭାବନା ରହିଛି। ଏଥିପାଇଁ ଅତ୍ୟାବଶ୍ୟକ କାମ ନଥିଲେ ଜନସାଧାରଣ ଘରୁ ନ ବାହାରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଥଣ୍ଡା ରାତିରେ ଚଳପ୍ରଚଳ ପାଇଁ କଟକଣା ଜାରି କରାଯାଇଥିବାବେଳେ ଦୁଇଚକିଆ ଯାନ କିମ୍ବା ଖୋଲାକାର୍‍ରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଗ୍ୟାସ୍‍ ଏବଂ ଇଲେକ୍‍ଟ୍ରିକାଲ୍‍ ସାମଗ୍ରୀ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ସେହିପରି ନିସହାୟ ଓ ବାସହୀନ ବ୍ୟକ୍ତି ଯେପରି ଶୀତ ଦାଉରୁ ରକ୍ଷା ପାଇପାରିବେ ସେଥିପାଇଁ ସ୍କୁଲ ଏବଂ କମ୍ୟୁନିଟି ବିଲ୍‍ଡିଂ ଖୋଲା ରଖିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଏପରିକି ଶୀତଦିନେ କ’ଣ କରିବା ଉଚିତ ଓ ଅନୁଚିତ ସେଥିନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏସ୍‍ଆର୍‍ସି ନିର୍ଦେଶ ଜାରି କରିଛି। ଏହି ନିର୍ଦେଶନାମା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟ କରିବ ବୋଲି ଏସ୍‍ଆର୍‍ସି ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ୍‍ କମିଶନରଙ୍କୁ ଏସ୍‍ଆର୍‍ସି ପକ୍ଷରୁ ଆଜି ଚିଠି ଲେଖାଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories