www.samajalive.in
Wednesday, December 10, 2025
26.1 C
Bhubaneswar

ପତ୍ନୀଙ୍କୁ ଇଡ଼ି ନୋଟିସ ପରେ ରାଗିଲେ ଏହି ଶିବସେନା ନେତା: କହିଲେ – ‘ମୁଝସେ ପଙ୍ଗା ମତ୍ ଲେନା, ମେଁ ନଙ୍ଗା ଆଦମୀ ହୁଁ’

ଶିବସେନାର କୁହାଳିଆ ନେତା ତଥା ମୁଖ୍ୟ ମୁଖପାତ୍ର ତଥା ସାଂସଦ  ସଞ୍ଜୟ ରାଉତ ଏବେ ଭାରି ରାଗି ଯାଇଛନ୍ତି । ତାଙ୍କ ପତ୍ନୀଙ୍କୁ ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି) ନୋଟିସ ଦେବା ପରେ ଶ୍ରୀ ରାଉତ ଏକ ସାମ୍ବାଦିକ ସମ୍ମିଳନୀ କରି ବହେ ଗାଳି ଦେଇଛନ୍ତି । ସିଧାସଳଖ ବିଜେପିକୁ ଆକ୍ଷେପ କରି  ସଞ୍ଜୟ କହିଛନ୍ତି ‘ମୁଝସେ ପଙ୍ଗା ମତ୍ ଲେନା, ମେଁ ନଙ୍ଗା ଆଦମୀ ହୁଁ’ ।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ରାଉତ କହିଛନ୍ତି ଆମେ କାହାକୁ ଭୟ କରୁନାହୁଁ, ଆମେ କେବଳ ଆବଶ୍ୟକ କ୍ଷେତ୍ରରେ ପ୍ରତିକ୍ରିୟା ଦେବୁ । ଇଡ଼ି ଯେଉଁ କାଗଜପତ୍ର ଚାହିଁଥିଲା ଆମେ ତାହା ଠିକ୍ ସମୟରେ ଦାଖଲ କରିଥିଲୁ । ଏହା ସତ୍ବେ ଘରର ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି।

- Advertisement -

ସେ ପୁଣି କହିଛନ୍ତି ଯେ ସାରା ଦେଶରେ ବିଜେପିର ବହୁ ବଡ଼ବଡ଼ ମହାରଥୀ ଅଛନ୍ତି । ତାଙ୍କ ପରିବାର କଥା ଯଦି ମୁଁ କହିବି ଅନେକ ଦେଶଛାଡ଼ି ଚାଲିଯିିବେ । ଭାରତୀୟ ଜନତା ପାର୍ଟିର ପୁରା ପ୍ଲାଟୁନ ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ସହ ଠିଆ ହୋଇଯିବେ । ତେଣୁ ମୋ ସହ ଗଣ୍ଡଗୋଳ କରନାହିଁ, ମୁଁ ଜଣେ ଲଙ୍ଗଳା ବ୍ୟକ୍ତି । ମୁଁ ଜଣେ ଶିବସୈନିକ ଓ ବାଲାସାହେବ ଠାକରେଙ୍କ ଲୋକ ।

ପିଏମସି ସ୍କାମରେ ତାଙ୍କ ପତ୍ନୀ ବର୍ଷାଙ୍କୁ ଇଡ଼ି ଜାରି କରିଥିବା ନୋଟିସ ସମ୍ପର୍କରେ ଶ୍ରୀ ରାଉତ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ  ଶରଦ ପାୱାର, ଏକନାଥ ଖାଡସେ ଏବଂ ପ୍ରତାପ ସାରନାକଙ୍କୁ ନୋଟିସ ହୋଇଛି । ଏବେ ମୋ ନାମକୁ ନେଇ ଚର୍ଚା ହେଉଛି । ମହାରାଷ୍ଟ୍ରରେ ସରକାର ଗଠନ ନିମନ୍ତେ ଯେଉଁମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ନୋଟିସ ହୋଇଛି । ଏହି ନୋଟିସଗୁଡ଼ିକ ରଦ୍ଦି କାଗଜ ଛଡ଼ା ଆଉ କିଛି ନୁହେଁ ଓ ରାଜନୈତିକ ବିରୋଧ ଯୋଗୁଁ ମୋର ପତ୍ନୀଙ୍କୁ ଇଡ଼ି ନୋଟିସ ଦେଇଛି । ଇଡ଼ି ବର୍ତମାନ କେନ୍ଦ୍ର ସରକାରଙ୍କ ନିର୍ଦେଶରେ କାର୍ଯ୍ୟ କରୁଛି ବୋଲି ସ​‌େ​‌ କହିଛନ୍ତି ।

ଆମେ ମଧ୍ୟବିତ୍ତ ଲୋକ, ମୋର ପତ୍ନୀ ଜଣେ ଶିକ୍ଷୟିତ୍ରୀ । ମୋର ପତ୍ନୀ ୧୦ ବର୍ଷ ପୂର୍ବେ ନିଜ ବନ୍ଧୁଙ୍କଠାରୁ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏଥିରେ ଇଡ଼ି ଓ ବିଜେପିର କଣ ଅସୁବିଧା ହୋଇଗଲା ବୋଲି ସଞ୍ଜୟ ରାଉତ ପାଲଟା ପ୍ରଶ୍ନ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories