www.samajalive.in
Wednesday, December 10, 2025
26.1 C
Bhubaneswar

ନୂତନ ଟ୍ରାଫିକ୍ ଆଇନ୍ କୁ ନେଇ ମତ ଓ ମନ୍ତବ୍ୟ

ରେଙ୍ଗାଲି : ରାଜ୍ୟ ସରକାରଙ୍କ ନୂତନ ଟ୍ରାଫିକ୍ ଆଇନ୍ ଅନୁଯାୟୀ ଜାନୁଆରୀ ପହିଲାରୁ ବାଇକ୍ ରେ ଯାତ୍ରା କରୁଥିବା ଦୁଇ ଜଣ ଆରୋହୀଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ । ଜୀବନର ସୁରକ୍ଷା ଦୃଷ୍ଟିରୁ ଏହି ଆଇନ୍ ଏକ  ସ୍ୱାଗତ ଯୋଗ୍ୟ ପଦକ୍ଷେପ। ପୂର୍ବରୁ କେବଳ ବାଇକ୍ ଚାଳକ ହେଲମେଟ୍ ପିନ୍ଧିବାର ନିୟମ ଥିଲା। ଦୁର୍ଘଟଣା ଘଟିଲେ ବିନା ହେଲମେଟ୍ ରେ ଥିବା ସାଥୀ ଆରୋହୀ ମୃତାହତ ହେଉଥିଲେ। ନୂତନ ଆଇନ୍ ଉଭୟ ଆରୋହୀଙ୍କୁ ଦୁର୍ଘଟଣାରୁ ସୁରକ୍ଷା ପ୍ରଦାନ କରିବ। ତେବେ ବେପରବା ଭାବରେ ନିଶାଶକ୍ତ ଅବସ୍ଥାରେ ଦ୍ରୁତଗତିରେ ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନ୍ ପ୍ରଣୟନ କରାଯିବର ଆବଶ୍ୟକତା ରହିଛି। ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର ଅନ୍ୟତମ କାରଣ ହୋଇଥିବାରୁ ଏଦିଗରେ ସରକାର ଅଙ୍କୁଶ ଲଗାଇବା ଉଚିତ୍ । ରାସ୍ତାର ଦୁର୍ଘଟଣା ପ୍ରବଣ ସ୍ଥାନ ତଥା  ଅଞ୍ଚଳକୁ ଚିହ୍ନଟ କରାଯାଇ ଦୁର୍ଘଟଣାକୁ ରୋକିବା ପାଇଁ ଫଳପ୍ରସୂ ପ୍ରତିକାର ବ୍ୟବସ୍ଥା କରାଯିବା ଏକାନ୍ତ ଅବଶ୍ୟକ ଅଟେ।  ହେଲ୍‌ମେଟ୍ ପ୍ରିନ୍ଧିବା ଉପରେ ସରକାର ଯେତିକି ଗୁରୁତ୍ୱ ଦେଇ ଆଇନ୍ ପ୍ରଣୟନ କରିଛନ୍ତି ଠିକ୍ ସେହିପରି ଅପନ୍ତରା ଅବସ୍ଥାରେ ଥିବା ରାସ୍ତା ଏବଂ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଛକ ମାନଙ୍କରେ ଦୁର୍ଘଟଣା ଘଟୁଥିବାରୁ ଏହି ସମସ୍ୟାର ନିରାକରଣ ଦିଗରେ ପ୍ରାଥମିକତା ଦେବା ଉଚିତ୍ ବୋଲି ରେଙ୍ଗାଲି ରମ୍ପେଲାକେମ୍ପରୁ ରାଧାକାନ୍ତ ମହାଣା ଓରଫ ଟିକୁ କହିଛନ୍ତି।

ନୂଆ ଆଇନ୍ ଅନୁଯାୟୀ ଦୁଇଜଣ ଆରୋହୀ ବାଇକ୍ ରେ ଯାତ୍ରା କଲେ ଉଭୟେ ହେଲମେଟ୍ ପିନ୍ଧିବାକୁ ବାଧ୍ୟ ଅଟନ୍ତି। ଅନ୍ୟଥା ଅଇନ୍ ଅନୁଯାୟୀ ଦଣ୍ଡିତ ହେବେ। ଏହି ନିୟମ କୁ କଡାକଡି ଭାବରେ ଲଗୁ କରାଗଲେ ଏବଂ ଲୋକେ ଏହାକୁ ନିଷ୍ଠାର ସହ ପାଳନ କଲେ ସଡକ ଦୁର୍ଘଟଣା ଜନିତ ଜୀବନ ହାନିକୁ ରୋକିବା ଦିଗରେ ନୂତନ ଆଇନ୍ ନିଶ୍ଚିତ ଭାବରେ ସହାୟକ ହେବ। ହେଲମେଟ୍ ପିନ୍ଧି ଥିଲେ ମଧ୍ୟ ଦୁର୍ଘଟଣା ଘଟି ଯାତ୍ରୀମାନେ ମୃତାହତ ହେଉଛନ୍ତି। ତେବେ ନୂତନ ଆଇନ୍ ଦୁର୍ଘଟଣା ଜନିତ ମୃତ୍ୟୁ ସଖ୍ୟା କୁ ହ୍ରାସ କରିବ ବୋଲି ଆଶା କରାଯାଇପାରେ। ହେଲମେଟ୍ ପିନ୍ଧିବା ଯେମିତି ବାଧ୍ୟତା ମୂଳକ କରଯାଇଛି, ସେଭଳି ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚାଳନାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ଏହା ବ୍ୟତୀତ ଦୁର୍ଘଟଣାକୁ ରୋକିବା ପାଇଁ ଜାତୀୟ ରାଜପଥ, ରାଜ୍ୟ ରାଜପଥ ତଥା ଅନ୍ୟ ସଡକ ଗୁଡିକର ଉନ୍ନତି ଜରୁରୀ ବୋଲି ରେଙ୍ଗାଲି ରାମଚନ୍ଦ୍ରନଗରର ଭଗବାନ ଧର କହିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories