www.samajalive.in
Wednesday, December 10, 2025
16.1 C
Bhubaneswar

ବଢ଼ିଲା ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ବର :  ୨୦୨୦-୨୧ ଅର୍ଥିକ ବର୍ଷର ମଝିରେ ବିଦ୍ୟୁତ୍‌ ଶୁଳ୍ପ ବୃଦ୍ଧି କରିଛନ୍ତି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)। ବିଦ୍ୟୁତ୍‌ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରାଯାଇଛି। ଆସନ୍ତା ଅକ୍ଟୋବର ପହିଲାରୁ ନୂତନ ବିଦ୍ୟୁତ୍‌ ଶୁଳ୍କ ଲାଗୁ ହେବ। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ବିଦ୍ୟୁତ୍‌ ଶୁଳ୍ପ ବୃଦ୍ଧି କରାଯାଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମରୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟି‌େର ରଖି ‌ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇ ନ ଥିଲା। ଏହି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଗତ ଆର୍ଥିକ ବର୍ଷ ତୁଳନାରେ ଉପଭୋକ୍ତାଙ୍କ ପାଇଁ ବାର୍ଷିକ ହାରାହାରି ୩.୯୦ ପ୍ରତିଶତ ଅଧିକ ହେବ ବୋଲି ଆକଳନ କରାଯାଇଛି। ବିଦ୍ୟୁତ୍‌ ଉପଭୋକ୍ତାଙ୍କର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯାଇଥିଲେ ସୁଦ୍ଧା ବିପିଏଲ୍‌ ଏବଂ ଚାଷ କାର୍ଯ୍ୟରେ ବିଦ୍ୟୁତ୍‌ ୟୁନିଟ୍ ପିଛା ଦର ଅପରିବର୍ତ୍ତିତ ରହିଛି। ନୂତନ ବିଦ୍ୟୁତ୍‌ ଶୁଳ୍କ ଅନୁସାରେ ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପିଛା ୨ଟଙ୍କା ୫୦ ପଇସା ବଦଳରେ ୨ଟଙ୍କା ୭୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପିଛା ୪.୩୦ ଟଙ୍କା ବଦଳରେ ୪.୫୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍‌ ମଧ୍ୟରେ ଉପଭୋକ୍ତାମାନେ ୫.୩୦ ଟଙ୍କା ବଦଳରେ ୫.୫୦ ଟଙ୍କା ଏବଂ ଏହାଠାରୁ ଅଧିକ ୟୁନିଟ୍ ପିଛା ୪.୭୦ ଟଙ୍କା ପ୍ରଦାନ କରିବେ। ମିଟର ଭଡ଼ାରେ ପରିବର୍ତ୍ତନ ହୋଇନି। ଡିଜିଟାଲ୍‌ ପେମେଣ୍ଟରେ ଘ‌େ‌ରାଇ ଉପଭୋକ୍ତାଙ୍କୁ ୨%, ପ୍ରିପେଡ୍‌ ଉପଭୋକ୍ତାଙ୍କୁ ୨% ରିଆତି ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଉପଭୋକ୍ତା ଯେଉଁମାନେ ନିୟମିତ ନିର୍ଧାରିତ ସମୟରେ ବିଲ୍‌ ପୈଠ କରୁଛନ୍ତି ସେମାନଙ୍କୁ ୟୁନିଟ୍ ପିଛା ୫ ପଇସା ରିଆତି ମିଳିବ।
କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ପକ୍ଷରୁ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରଖାଯାଇଥିଲା। ତେବେ ଗ୍ରିଡ୍‌କୋ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଆୟୋଗଙ୍କ ନିକଟରେ ବିଦ୍ୟୁତ୍‌ ଶୁଳ୍କ ସମୀକ୍ଷା କରିବାକୁ ଆବେଦନ କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଗ୍ରିଡ୍‌କୋ ୨୯୦୧୮.୭୬ ନିୟୁତ ୟୁନିିଟ୍‌ ବିଦ୍ୟୁତ୍‌ କିଣିବା ଲାଗି ଲକ୍ଷ୍ୟ ରଖିଛି। ଏଥିପାଇଁ ଗ୍ରିଡ୍‌କୋ ୧୧୨୪୩.୭୨ କୋଟି ଟଙ୍କା ବ୍ୟୟ ଅଟକଳ ପାଇଁ ଆୟୋଗଙ୍କ ନିକଟରେ ପ୍ରସ୍ତାବ ଦେଇଥିଲା। ତେବେ ଗ୍ରିଡ୍‌କୋର ହାରାହାରି ରାଜସ୍ବ ଆବଶ୍ୟକ ୮୨୭୪.୯୮ କୋଟି ଟଙ୍କାରେ ରଖିବାକୁ ଆୟୋଗ ଅନୁମତି ଦେଇଥିଲେ। ଗତବର୍ଷ ଗ୍ରିଡ୍‌କୋର ବାର୍ଷିକ ହାରାହାରି ରାଜସ୍ବ ଆବଶ୍ୟକତା ୭୬୧୪.୮୩ କୋଟି ଟଙ୍କା ରହିଥିଲା। ତେଣୁ ଚଳିତ ଆର୍ଥିକ ବର୍ଷ ପାଇଁ ଅଧିକ ଆବଶ୍ୟକତା ରହିଥିବା ୬୬୦ .୧୫ କୋଟି ଟଙ୍କାର ଅଧିକ ପ୍ରସ୍ତାବକୁ ଆୟୋଗ ସ୍ଥଗିତ ରଖିଥିଲେ। କୋଭିଡ୍‌ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ ବୋଝ ଲଦିବାକୁ ଆୟୋଗ ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସମୟ ନେଇଥିଲେ। ତେବେ କୋଇଲା ଏବଂ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଗତ ଅଗଷ୍ଟ ୨୧ରେ ଗ୍ରିଡ୍‌କୋ ପୁନର୍ବାର ଏହି ହାରାହାରି ରାଜସ୍ବ ଆବଶ୍ୟକତା ନିଅଣ୍ଟ ପୂରଣ କରିବାକୁ ଆବେଦନ କରିଥିଲା। ହେଲେ ଆୟୋଗ କେବଳ ୨୧୯ କୋଟି ଟଙ୍କାର ହାରାହାରି ରାଜସ୍ବ ଆବଶ୍ୟକତା(ଏଆର୍‌ଆର୍‌)କୁ ଅନୁମତି ଦେଇଛନ୍ତି। ଫଳରେ ଉପଭୋକ୍ତାଙ୍କ ଉପରେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ହୋଇଥିବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories