ଅମ୍ପନ ସହାୟତା: ପଶ୍ଚିମବଙ୍ଗକୁ ଓଡ଼ିଶା ପଠାଇଲା ୫ଶହ ଟନ୍ ପଲିଥିନ୍

ଭୁବନେଶ୍ବର: ଅମ୍ପନ ପଶ୍ଚିମବଙ୍ଗର ଅଣ୍ଟା ଉପରେ ମାରିଛି ପ୍ରଚଣ୍ଡ ମାଡ଼ । ରାଜ୍ୟରେ ୮୦ ଲୋକ ମୃତ୍ୟୁବରଣ କରିଥିବାବେଳେ ବିପୁଳ ଫସଲ ନଷ୍ଟ ହୋଇଛି । ବହୁ ଲୋକ ବାସହରା ହୋଇ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ଏହି ସ୍ଥିତିରେ ମାନବିକତା ଦୃଷ୍ଟିରୁ ଓଡ଼ିଶା ୫୦୦ ଟନ୍ ପଲିଥିନ୍ ପଶ୍ଚିମବଙ୍ଗକୁ ପଠାଇଛି । ପ୍ରଥମେ ଯୁଦ୍ଧକାଳିନ ଭିତ୍ତିରେ ୩୦୦ ଅଗ୍ନିଶମ ବାହିନୀଙ୍କୁ ପଠାଇ ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସହଯୋଗ କରିଥିବା ବେଳ ଏବେ ପୁଣି ୫୦୦ ଟନ୍‌ର ପଲିଥିନ ଯୋଗାଇଛି । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

ବାତ୍ୟା ଓ ଏହାର କଷ୍ଟ ଓଡ଼ିଶା ଜାଣେ । ପ୍ରତିବର୍ଷ ବାତ୍ୟାରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । ତେଣୁ ବାତ୍ୟାକ୍ଲିଷ୍ଟଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହାୟତାର ହାତ ବଢ଼ାଇଥିଲେ । ବାତ୍ୟା ପରବର୍ତୀ ସମୟରେ ମମତାଙ୍କ ସହ ଆଲୋଚନା କରି ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହା ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.