www.samajalive.in
Wednesday, December 10, 2025
18.1 C
Bhubaneswar

ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବିଜୁସ୍ମୃତି ଭବନ ପରିସରରେ ପୂର୍ବାହ୍ନ ୧୧ଟାରେ ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାନ୍ଦବାଲି ସିଡିପିଓ ୧ ରେ ୨୦ ଏସଏଚଜି ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ଏ,ଇଇ ସ୍ମୃତି ରଞ୍ଜନ ତରାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସିଡିପିଓ ୧ ସବିତା ସେଠି, ଯନ୍ତ୍ରୀ ଅମୀୟ କୁମାର ପଲାଇ,ମିଶନ ଶକ୍ତି ବିପିଏମ ବୀଣାପାଣି ପଣ୍ଡା ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ପରିଚାଳନା ବିପିସି ବନୋଜ କୁମାର ବାରିକ କରିଥିଲେ । ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ୟାସ ଚୁଲି ଯୋଗେଇଦିଆଯାଇଥିଲା । ସେମାନେ ପ୍ରତିଯୋଗିତାରେ ବିଭିନ୍ନ ପାରମ୍ପରିକ ଦେଶୀ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପରେ ବିଚାରପତି ମଣ୍ଡଳୀ ସେହି ସବୁ ଖାଦ୍ୟକୁ ଚାଖିବା ସହ ତାହାର ମାନ ନିର୍ଧାରଣ କରିଥିଲେ । ବିଭିନ୍ନ ପ୍ରକାର ମିଠା, ପିଠା, ଡାଲମା, ଦହିବରା ସହ ପ୍ରତି ଷ୍ଟଲରେ ପ୍ରାୟ ପାଞ୍ଚରୁ ସାତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ସିଡିପିଓ ୧ ପ୍ରଥମ ସ୍ଥାନ ଚିନ୍ମୟାଶ୍ୱର ଏସ ଏଚ ଜି କୁଚୁଲିଆଦିଆ ଓ ଦ୍ୱିତୀୟ ସ୍ଥାନ ଓମ ଶାନ୍ତି ଏସ ଏଚ ଜି ଉତୁକୁଡା ଘୋଷଣା କରାଯାଇଥିଲା । ସେହିପରି ଗତ ମଙ୍ଗଳବାର ଦିନ ୧୧ ଟା ସିଡିପିଓ ୨ ଅଣ୍ଡରରେ ଥିବା ଏସଏଚଜି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମତୋ କଲ୍ୟାଣମଣ୍ଡବ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରୋଜ କୁମାର ଖୁଣ୍ଟିଆ ବ୍ଲକ ଆକାଉଣ୍ଟ ଅଫିସର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଜୟ ଦୁର୍ଗା ଏସ, ଏଚ ଜି ମୌସୁଧା ପ୍ରଥମେ ଜୟ ହନୁମାନ ଏସ ଏଚ ଜି ଖେରଙ୍ଗ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ରାଜକିଶୋର ଦାସ, ସିଡିପିଓ ୨ ଅହଲ୍ୟା ରାଣୀ ବେଗ, ବିପିସି ବନୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବ‌‌ନ୍ଦେ ଭାରତ ଚଳାଚଳ

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories