ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତକୁ ଆଇଏସଓ ପଞ୍ଚାୟତ ମାନ୍ୟତା ଘୋଷଣା ପାଇଁ ଏହାର ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ବା ସାର୍ଡ ଭୁବନେଶ୍ୱର ଓ କେନ୍ଦୁଝରରୁ ଏହାର ନୋଡାଲ ଅଧିକାରୀ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲ୍ଲା ନୋଡ଼ାଲ ଅଧିକାରୀ ଡକ୍ଟର ଶ୍ରୀନିବାସ ସାହୁ ,ବ୍ଲକ ନୋଡାଲ ଅଧିକାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀ ,ପିଇଓ ଭବାନୀ ପ୍ରସାଦ ନନ୍ଦ ପ୍ରମୁଖ ସାମିଲ ଥିଲେ। ପଞ୍ଚାୟତ ପକ୍ଷରୁ ସରପଞ୍ଚ ବିନତି ବାନରା, ପିଇଓ ତପନ କୁମାର ମହାନ୍ତ, ଏଡିଓ କ୍ଷିତିଶ ରଞ୍ଜନ ପରିଡ଼ା, ଏମବିକେ ବୀଣାପାଣି ମହାନ୍ତ, ସିଆରପି ଅଭିପ୍ସା ଦାଶ, ମିଲନ ମଞ୍ଜରୀ ସେଠୀ, ବାସୁମତି ମହାନ୍ତ, ରୁକ୍ମଣୀ ମହାନ୍ତ, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ପ୍ରମୁଖ ଅନୁଧ୍ୟାନ ବୈଠକରେ ଉପସ୍ଥିତ ରହି ଅନୁଧ୍ୟାନକାରି ଦଳକୁ ସହଯୋଗ କରିଥିଲେ।
Popular Categories



