www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ଅସଦାଚରଣ, ଥାନାର ଦ୍ବାରସ୍ଥ ହେଲେ ଯୁବତୀ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୨ ବର୍ଷିଆ ଯୁବତୀଙ୍କୁ  ବିବାହର ପ୍ରତିଶ୍ରୁତି ଦେବା ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ନେଇ ପିଡିତା ଯୁବତୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗାଁ ନିକଟବର୍ତ୍ତୀ ବିଶ୍ବନାଥ ପୁରର ରାଜେଶ କୁମାର ନାୟକ ଦୀର୍ଘ ଦେଢ ବର୍ଷ ଧରି ସମ୍ପର୍କ ରଖିବା ସହ ୧୧ ହଜାର ଟଙ୍କା ଧାର ନେଇଥିଲା। ଟଙ୍କା ମାଗିବାରୁ ଅନେକ ଦିନ ହେଲା ନାନା ବାହାନା ଦେଖାଇ ଠକି ଆସୁଥିଲା। ଗତ ୧ ତାରିଖ ଦିନ ଟଙ୍କା ଦେବାକୁ ଗାଁ ନିକଟସ୍ଥ ଏକ ଛକକୁ ଡ଼ାକିଥିଲା। ଟଙ୍କା ପାଇବା ଆଶାରେ ଯୁବତୀ ଜଣଙ୍କ ଛକକୁ ଆସିବା ପରେ ଏଟିଏମ୍ ରୁ ଟଙ୍କା ଉଠାଇ ଦେବି କହି ଯୁବତୀଙ୍କୁ ମୋଟର ସାଇକେଲରେରେ ଜବରଦସ୍ତ ବ୍ରହ୍ମପୁର ନେଇଯାଇଥିଲା। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିର ସନ୍ନିକଟ ଏକ ହୋଟଲକୁ ନେଇ ସେଠାରେ ଟଙ୍କା ଦେବା ବାହାନାରେ ଅସଦାଚରଣ କରିଥିଲା। କାହା ଆଗରେ ଘଟଣା ନେଇ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ଘଟଣା ସ୍ଥଳରେ ଛାଡି ଫେରାର ହୋଇଯାଇଥିଲା। ଘଟଣା ପରେ ଯୁବତୀ ଜଣଙ୍କ ମଉସାଙ୍କୁ ଜଣାଇବା ସହ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୨୩୪/୨୫ ରେ ଏକ ମାମଲା ରୁଜୁ କରିବା ସହ ଘଟଣା ନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ବଡ଼ପାଟଣା ପଞ୍ଚାୟତକୁ ଆଇଏସଓ ମାନ୍ୟତା ନେଇ ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ 

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories