www.samajalive.in
Saturday, December 6, 2025
26.1 C
Bhubaneswar

ତେଣ୍ଡେରାଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତେଣ୍ଡେରା ଗ୍ରାମ ପଞ୍ଚାୟତ ହାଟ ପଡ଼ିଆରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସାହାରପଡା କୃଷି ବିଭାଗ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲକ କୃଷି ଅଧିକାରୀ ତନୟା ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିନା ନାଏକ ଯୋଗ ଦେଇଥିଲେ । ବିଶେଷଜ୍ଞ ଭାବେ ଡ଼ଃ ପ୍ରବୀଣ ଜାଖର, ଡଃ.ଲିପ୍ସା ଦାଶ,ଡଃ.ସିପ୍ରା ଦାଶ ,ସାହାରପଡା ସହକାରୀ ଉଦ୍ୟାନ ଅଧିକାରୀ ସସ୍ମିତା ନାୟକ ,ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ ଓ ତେଣ୍ଡରା ସରପଞ୍ଚ ସରସ୍ଵତୀ ମୋଦି ପ୍ରମୁଖ ଯୋଗ ଦେଇ ବିକଶିତ ଭାରତ ଆଗେଇ ନେବା ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଯୋଜନା ମାଧ୍ୟମରେ ପ୍ରାକ୍ ଖରିଫ କୃଷି ପରାମର୍ଶ ସମ୍ବନ୍ଧେ ଦିଗଦର୍ଶନ ଦେଇ କୃଷକ ମାନଙ୍କ ର ଆୟ କୁ ଦ୍ଵିଗୁଣ କରି ସୁସ୍ଥ କୃଷି ,ଜୈବିକ କୃଷି ର ବିନିଯୋଗ ଜମିରେ କମ୍ ରାସାୟନିକ ସାର ପ୍ରୟୋଗ ଓ ଜୈବିକ ଖତ ସାରର ପ୍ରୟୋଗରେ ଧାନ ,ପନିପରିବା ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେଇ ଡ୍ରୋନ ସାହାଯ୍ୟରେ ସାରର ପ୍ରୟୋଗ ,ମୂର୍ତ୍ତିକା ସଂରକ୍ଷଣ ,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ,କୁକୁଡ଼ା ଚାଷ,ମାଛ ଚାଷ,ଛେଳି ଚାଷ ଏବଂ ଗାଈ ଚାଷ ବା କାମଧେନୁ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ସମସ୍ତ ଚାଷ ଉପରେ ସରକାରୀ ରିହାତିର ସଦୂପଯୋଗ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ଏସବୁ ସୁବିଧା ପାଇବାକୁ ହେଲେ ପ୍ରଥମେ ଫାର୍ମର ଆଇଡି, କୃଷକ ଓଡ଼ିଶାରେ ନିଜର ନାମ ପଞ୍ଜିକରଣ କରି ପିଏମ କିଶାନ, ସିଏମ କିଶାନ ଯୋଜନାର ମଧ୍ୟ ଫାଇଦା ନେବାକୁ କୃଷି ଅଧିକାରୀ ତନୟା ସାହୁ ସୂଚନା ଦେଇଥିଲେ। ଏହି ଅବସରରେ କୃଷି ରଥର ପ୍ରଚାରର ଶୁଭାରମ୍ଭ ହୋଇଥବାବେଳେ ଆଖ ପାଖ ଅଞ୍ଚଳର ସହସ୍ରାଧିକ ମହିଳା ,ପୁରୁଷ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରୂପକ କୁମାର ଦାସ, ବାବୁଲାଲ ସୋରେନ ,ଅନିଲ କୁମାର ସ୍ବାଇଁ ଶାନ୍ତନୁ ବେହେରା, ଦେବକୀ କିଶାନଙ୍କ ସମେତ କୃଷକ ସାଥୀ ବଳରାମ ମହାନ୍ତ ଓ ରାଜକିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରେଙ୍ଗାଳବେଡା ହୁଡ଼ି ସାହିରେ ଜଳ ସଙ୍କଟ

- Advertisement -

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories