ଜୟପୁର : ଜୟପୁର ଅନ୍ତର୍ଗତ ବାରିନିପୁଟ ପଞ୍ଚାୟତର ବାସିନ୍ଦାମାନେ ଗତ ଛଅ ମାସ ଧରି ବିପଦ ମଧ୍ୟରେ ଯାତାୟତ କରୁଛନ୍ତି । ଆଉ ଏହି ବିପଦ ହେଉଛି ସିଭିଲ୍ ବାରାକ୍ ଲାଇନରେ ଏକ ଗଛରେ ବନ୍ଧା ହୋଇଥିବା ଖୋଲା ବିଦ୍ୟୁତ୍ ତାର। ଏହି ଖୋଲା ତାର ଯେ କୌଣସି ମୁହୂର୍ତ୍ତରେ ବଡ ବିପଦକୁ ଟାଣିଆଣିବାର ସମ୍ଭାବନା ରହିଥିବା ସତ୍ତ୍ବେ ଏଥିପ୍ରତି କାହାର ନିଘା ନାହିଁ । ବିପଦପୂର୍ଣ୍ଣ ଭାବରେ ଝୁଲି ରହିଥିବା ଏହି ତାର ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଆହତ କରିଛି ଏବଂ ସେହି ଅଞ୍ଚଳ ଦେଇ ଯାଉଥିବା ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ବିଦ୍ୟୁତ୍ ବିଭାଗରେ ଅନେକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ, ସଠିକ୍ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାସିନ୍ଦାମାନେ ହତାଶା ପ୍ରକାଶ କରିଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ବିଦ୍ୟୁତ୍ ବିଭାଗକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।
Popular Categories



