www.samajalive.in
Sunday, December 14, 2025
23.1 C
Bhubaneswar

କୂଳ ଲଘିଂଲା ବୈତରଣୀ, ୪ ପଞ୍ଚାୟତରେ ବନ୍ୟା ସ୍ଥିତି ଗମ୍ଭୀର

ଆରଡି : ଭଦ୍ରକ ଆଖୁଆପଦା ନିକଟରେ ଦୁଇ ଦୁଇ ଥର ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭୀର  ହେବା ସହ ପ୍ରଥମେ  ଧାମନଗର  ଓ ପରେ  ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବୈତରଣୀ ଉଛୁଳିଵାରୁ  ଆରଡି,  ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂଵାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଦେଢକିମି ଯାଏଁ ୩/୪ଫୁଟ ଉଚ୍ଚରେ ଵନ୍ଯାପାଣି ପ୍ରବାହିତ ହେଉଥିବାରୁ ୨ଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଦୋହରା ପାଟଣାଠାରେ ନଦୀକୁ ୮୦ଫୁଟର ସୁରକ୍ଷାବନ୍ଧ ଧସିଯିଵାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଥିଲା। ସେହିପରି ବୋଡକ ତଳିଆ ଅଞ୍ଚଳ ସହ ମୁଆ , ସନ୍ତରା ଆଦି ୧୪ଟି ଗାଁରେ ଵନ୍ଯାପାଣି ପଶିଵାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି। ଏପରିକି ବୈତରଣୀ ବନ୍ୟାରେ ନଦୀ- ପଥ-କ୍ଷେତ ଏକାକାର ହୋଇଯାଇଥିବା ବେଳେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି।

ସେହିପରି ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ଵନ୍ଯାଞ୍ଚଳର ଓ ଵିପନ୍ନଙ୍କର ସ୍ଥିତି ପରଖିବା ପାଇଁ  ଆରଡି , ଓଳଗ, ନାନ୍ଦପୁର , ବୋଡକ  ଆଦି ଅଞ୍ଚଳ ବୁଲି ଦେଖିବା ସହ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ କଥା ହୋଇଥିଲେ। ତାହା ସହ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଆରଡି-ଚାନ୍ଦଵାଲି ରାସ୍ତାର ମୁଖ ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଆରଡି-ଧାନଖଣିଆ ରାସ୍ତାର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories