www.samajalive.in
Saturday, December 6, 2025
19.1 C
Bhubaneswar

‘ଓଡ଼ିଶାରେ ବିହାର ପରି ଭୋଟ ତଞ୍ଚକତା କଲେ ଆନ୍ଦୋଳନ’

ଭୁବନେଶ୍ୱର : ବିହାର ପରି ଓଡ଼ିଶାରେ ମଧ୍ୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ଅସ୍ତ୍ର କରି ବିଜେପି ବ୍ୟାପକ ‘ଭୋଟ୍ ଚୋରି’ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ବିହାରରେ ଏସଆଇଆରରେ ବାଦ୍‌ ପଡ଼ିଥିବା ଭୋଟରଙ୍କ ତଥ୍ୟ ଦେବାପାଇଁ ନିର୍ବାଚନ ଆୟୋଗ ମନା କରିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ  ରଦ୍ଦ କରି ଉକ୍ତ ତାଲିକା ପ୍ରକାଶନ ପାଇଁ ବାଧ୍ୟ କରିବା ପରେ ସରକାରଙ୍କ ଉଦ୍ଦେଶ୍ୟ ପଦାରେ ପଡ଼ିଛି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ଓଡ଼ିଶାରେ ୪୨ଲକ୍ଷ ଭୋଟ୍ ଚୋରି ଅଭିଯୋଗ, ଲୋକସଭା-ବିଧାନସଭା ଭୋଟ୍‌ ସଂଖ୍ୟାରେ ତାରତମ୍ୟ ରହିଛି।  ସନ୍ଧ୍ୟା ୫ଟା ପରେ ମତଦାନ ହାରରେ ଆଖିଦୃଶିଆ ବୃଦ୍ଧି (୭-୩୦% ପର୍ଯ୍ୟନ୍ତ ବଢିବା) ଓଡିଶାରେ ବିଜେପିର ‘ଭୋଟ୍ ଚୋରି’କୁ ପ୍ରମାଣ କରୁଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ  ବିଜେପିର ମୁଖପାତ୍ର ସାଜିଥିବା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ପଦକ୍ଷେପରୁ ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆୟୋଗଙ୍କ ଅଭିପ୍ରାୟ ଭଲ ଥିବା ପରି ଜଣାପଡୁନାହିଁ। ମହାରାଷ୍ଟ୍ର, ବିହାର ପରି ରାଜ୍ୟଗୁଡ଼ିକ ପରି ଓଡ଼ିଶାର ଭୋଟର ତାଲିକାରେ ଜାଲିଆତି କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଦାସ ସରକାର, ଦଳ ଓ ଆୟୋଗଙ୍କୁ ଚେତାବନୀ ଦେଇଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories