www.samajalive.in
Thursday, December 11, 2025
18.1 C
Bhubaneswar

ରାଜରାସ୍ତାରେ ଦର୍ଶନ ଦେଲେ ତିନି ଠାକୁର

ଭବାନୀପାଟଣା : ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ଭବାନୀପାଟଣାର ରାଜ ରାସ୍ତାରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଲେ। ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ସହରର ରାସ୍ତାଘାଟ ଲୋକାରଣ୍ୟ ହେଇପଡ଼ିଥିଲା। ଅପରାହ୍ନ ପ୍ରାୟ ୩ ଟା ୩୦ ମିନିଟ ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଣ୍ଡି ବିଜେ ପରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଛେରା ପହଁରା କରିଥିଲେ। ପରେ ରଥଟଣା ଆରମ୍ଭ ହେଇଥିଲା। ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ରଥଟଣା ପରିଚାଳନା କରିଥିଲେ। ସନ୍ଧ୍ୟା ସୁଦ୍ଧା ମା ମାଣିକେଶ୍ଵରୀଙ୍କ ମନ୍ଦିର ନିକଟରେ ରଥ ପହଞ୍ଚିଥିଲା। ଆସନ୍ତାକାଲି ତିନି ଠାକୁରଙ୍କୁ ମାଉସୀ ମାଁ ମନ୍ଦିରକୁ ନେବାର ବିଧି ରହିଛି। ସେହିଭଳି ସ୍ଥାନୀୟ ବାଲାଜୀ ମନ୍ଦିରରେ ପହଣ୍ଡି ବିଜେ ଏବଂ ଛେରା ପହଁରା ପରେ ରଥଟଣା ଆରମ୍ଭ ହେଇଥିଲା। ବାଲାଜୀ ମନ୍ଦିରରୁ ଜେଲଖାନା ଛକ ନିକଟ ହନୁମାନ ମନ୍ଦିର ପରିସରରେ ଥିବା ମାଉସୀ ମାଁ ମନ୍ଦିର ଯାଏଁ ରଥ ଟଣା ହେଇଥିଲା। ଇରିଗେସନ୍ କଲୋନୀ ଛକ ଜଗନ୍ନାଥ ମନ୍ଦିରରେ ମହା ସମାରୋହରେ ରଥଯାତ୍ରା ପାଳନ କରାଯାଇଥିଲା। ପୁରୁଣାପଡ଼ାରେ ମଧ୍ୟ ବିଧିମତେ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କ ରଥ ଟଣା ଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେଉଥିବାରୁ ସମଗ୍ର ସହର ଲୋକାରଣ୍ୟ ହେଇ ପଡ଼ିଥିଲା।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories