ପାଟଣା : ପାଟଣା ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ପାଟଣା ବନାଞ୍ଚଳ ସ୍ତରୀୟ ବନ ସୁରକ୍ଷା ସମିତି ବୈଠକ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାଟଣା ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡ଼କ୍ଟର ସତ୍ୟ ପ୍ରକାଶ ଦ୍ବିବେଦୀ , ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡା ବାନପାଳ ଶ୍ରିମନ୍ତ ବେହେରା ,ଟିମ୍ ଲିଡର ରଣଜିତ୍ ପଲେଇ ପ୍ରମୁଖ ସାମିଲ ଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ତଥା ତଣ୍ଡୋ ବନ ସୁରକ୍ଷା ସମିତି ସଭାପତି ପ୍ରହଲ୍ଲାଦ କୁମାର ପଲେଇ ଯୋଗ ଦେଇଥିଲେ । ଶିବିରାର୍ଥୀ ଭାବେ ୩୭ଟି ବନ ସୁରକ୍ଷା ସମିତିରୁ ୭୨ ଜଣ ପ୍ରତିନିଧି ଯୋଗଦେଇଥିଲେ । ବିଶେଷ କରି ଜଙ୍ଗଲ ସୁରକ୍ଷା ହାତୀ ସୁରକ୍ଷା ବନାଗ୍ନୀ ରୋକିବା , ବନ୍ୟଜନ୍ତୁ ପୀଡିତ ପରିବାରକୁ ସହାୟତା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବନରକ୍ଷୀ ମାନଙ୍କ ମଧ୍ୟରେ ହୃଦାନନ୍ଦ ମହାନ୍ତି, ଦେବଜାନୀ ମହାନ୍ତ, ରଞ୍ଜିତା ମହାନ୍ତ ,ରାଜେଶ କୁମାର ଜେନା ଓ ଝରଣା ସାହୁ ପ୍ରମୁଖ ବୈଠକ ପରିଚାଳନା ଗତ ସହଯୋଗ ଯୋଗାଇ ଦେଇଥିଲେ।
Popular Categories



