ସମାଜ ଡିଜିଟାଲ ଡେସ୍କ: ଆଜି ମାଲକାନଗିରି ଜିଲାରେ ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଜିଲାରେ ପ୍ରବଳ ବର୍ଷା ଯୋଗୁଁ ରେଡ ଆଲର୍ଟ ଜାରି ହୋଇଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସ୍କୁଲ ଛୁଟି ସତ୍ୱେ ସବୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନ୍ଏଚ୍ ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ଫୁଟରୁ ପାଣି ଜମି ରହିଛି । କାଲିମେଳା ଓ ପଡିଆ ମୁଖ୍ୟ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ପାଣି ଜମି ରହିଛି । ଫଳରେ କାଲିମେଳା ଓ ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।



