www.samajalive.in
Thursday, December 11, 2025
26.1 C
Bhubaneswar

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ପ୍ରବଳ ଭିଡ, ଦର୍ଶନ ପାଇଁ ଠେଲାପେଲା

ଆରଡି : ରଜ ସଂକ୍ରାନ୍ତି ପାଇଁ ରବିବାର ଆଖଣ୍ଡଳମଣି ପୀଠରେ ନାହିଁନଥିବା ଭକ୍ତଙ୍କ ଭିଡ ଲାଗିଥିଲା। ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦକ୍ଷିଣଦ୍ବାର(ପ୍ରବେଶ ଦ୍ବାର) ଠାରେ  ଭକ୍ତଙ୍କ ମଧ୍ଯରେ ଦୀର୍ଘ ସମୟ ଧରି ଠେଲାପେଲା ଲାଗି ରହିବାରୁ କିଛି ଭକ୍ତ ସଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ବିଶେଷକରି ପ୍ରଶାସନିକ ଅବ୍ଯବସ୍ଥା ଯୋଗୁ ଜଣେ ହେଲେ ସୁରକ୍ଷା କର୍ମୀ ରହିବା ତ ଦୂରର କଥା ବ୍ଯାରିକେଡ ବ୍ଯବସ୍ଥା ନଥିବାରୁ ମନ୍ଦିର ମଧ୍ଯକୁ ମହିଳା ଓ ପୁରୁଷ ଭକ୍ତଙ୍କ ମଧ୍ଯରେ ଠେଲାପେଲା ଲାଗି ରହିବା  ସହ ହାତ ଉଠା ଉଠି ପର୍ଯ୍ୟନ୍ତ କଥାଯାଇଥିଲା।  ଅନ୍ଯପଟେ ମନ୍ଦିର ସମ୍ମୁଖର  ଦର୍ଶନ ପଥରେ ଛାମୁଣ୍ଡିଆ ନଥିବାରୁ  ଡହଡହ ଖରାକୁ ଅସହ୍ଯ ଗୁଳୁଗୁଳିରେ ସିଝିଥିଲେ  ଭକ୍ତ।

ସେହିପରି ବାଇପାସ ରାସ୍ତାରେ ବେନିୟମ ଭାବେ କିଛି ସ୍ଥାନୀୟ ଲୋକ ଜବର ଦଖଲ କରିବା ସହ ନିଜର ଚାରି ଚକିଆ ଯାନ ରଖିବାରୁ ଟ୍ରାଫିକ ସମସ୍ଯା ଅଣାୟତ ହେବା ସହ ଉଭୟ ପାର୍ଶ୍ବରେ ଶହଶହ ଗାଡି ଦୀର୍ଘ ୪ଘଣ୍ଟା ଧରି ଅଟକି ରହିବା ଫଳରେ ସ୍ଥାନୀୟ ଆରଡି ପୁଲିସ ସ୍ଥିତି ନିୟନ୍ତ୍ରଣ ଆଣିବାକୁ ନାକେଦମ ହେବାକୁ ପଡିଥିଲା। ସେହିପରି ମୁଖ୍ଯ ରାସ୍ତାର  ଟ୍ରାଫିକ ଅବ୍ଯବସ୍ଥା ପାଇଁ  ୨କିମି ଚାଲିଥିଲେ ହଜାରହଜାର  ଭକ୍ତ, ଫଳରେ ଆଖଣ୍ଡଳମଣି- ଭଦ୍ରକ ମୁଖ୍ଯ ରାସ୍ତାରେ ଅଟକି ରହିଥିଲା ଶହଶହ ଯାତ୍ରୀବାହୀ ଗାଡି। ରଜ ସଂକ୍ରାନ୍ତିରେ ହଜାର ହଜାର ଭକ୍ତ ଆସିବାକୁ ଥିବାବେଳେ ମନ୍ଦିର ପ୍ରଶାସନିକ ଅଧିକାରୀ ପାକ ପ୍ରସ୍ତୁତି ନକରି  କିପରି ଭାବେ ଚୁପ ବସିଲେ , ନା ଖାମଖିଆଲି ମନଭାବ ଦେଖାଇ ରହିଲେ ଏପରି ନାନା ପ୍ରଶ୍ନ ଉଙ୍କି ମାରିଥିଲା ଆଗନ୍ତୁକ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମନରେ। ଶେଷରେ ମନ୍ଦିର ଭିତରେ ଓ ବାହାରେ ଅତ୍ଯଧିକ ଭିଡ ଲାଗି ରହିବାରୁ ବହୁ ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତ ବାବାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିଯାଇଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories