www.samajalive.in
Thursday, December 11, 2025
26.1 C
Bhubaneswar

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେସରଙ୍କୁ ହତ୍ୟା ଅଭିଯୋଗ, ୬ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସର ଭାବେ କାର୍ଯ୍ୟରତ ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ମିତ୍ର ବେହେରାଙ୍କ ପୁଅ ରୟା ବେହେରା(୫୦)ଙ୍କ ମୃତଦେହ ଆଜି ପଡୋଶୀ ଗ୍ରାମ ଡ଼ଳଙ୍ଗର ଏକ ପୋଖରୀରେ ପଡିଥିବା ଘଟଣା ପ୍ରଚାରିତ ହେବା ପରେ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କଣ୍ଟିଆପଡା ଗ୍ରାମର ବହୁ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତକ ପଡିଥିବା ପୋଖରୀ ପାଖରେ ମଦ ବିକୁଥିବା ପ୍ରଫୁଲ୍ଲ ମୁଣ୍ଡା , ନନ୍ଦ ମୁଣ୍ଡା ଓ ସୋରେନ ମୁଣ୍ଡାଙ୍କ ଘରେ ତାଲା ମାରି ଦେଇଥିଲେ। ଏହି ପରିବାର ଲୋକମାନେ ପ୍ରଫୁଲ୍ଲଙ୍କ ଘରକୁ ମଦ ପିଇବାକୁ ଆସିଥିବା ରୟା ବେହେରାଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିବାରୁ ତାଙ୍କ ସମ୍ପର୍କୀୟଙ୍କୁ ମିଶାଇ ମୋଟ ୬ ଜଣକୁ ତୁରୁମୁଙ୍ଗା ଥାନାକୁ ପୁଲିସ ଉଠାଇ ନେଇ ତଦନ୍ତ ଜାରି ରଖିଛି। ସଂପୃକ୍ତ ପରିବାର କେଉଁ ପରିସ୍ଥିତିରେ ରୟା ବେହେରାଙ୍କୁ ହତ୍ୟା କଲେ ଏନେଇ ଲୋକେ ହଙ୍ଗାମା କରିବାରୁ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ତୁରୁମୁଙ୍ଗା ଥାନାଧିକାରୀ ଦିପ୍ତିରଞ୍ଜନ ସାହୁ ଙ୍କ ସହ ଥାନାର ଅନ୍ୟ ଅଧିକାରୀ ଓ ଏକ ପ୍ଲାଟୁନ ଫୋର୍ସକୁ ଏଠାରେ ଅପ୍ରୀତିକର ଘଟଣା ଏଡାଇବାକୁ ଉପସ୍ଥିତ ରହିବାକୁ ପଡିଥିଲା। ତୁରୁମୁଙ୍ଗା ଥାନା ମାମଲା ସଂଖ୍ୟା୧୨୯/୨୦୨୫ ମୂଳେ ଆଜି ଦିନ ୧ଟା ପରେ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏସଡିପିଓ ରଶ୍ମିରଞ୍ଜନ ସାହୁ ମାମଲାର ତଦନ୍ତ ଭାର ନେଇଛନ୍ତି। ମୃତ ରୟାଙ୍କର ଆଖି ପତା ତଳେ ଏକ ଚିହ୍ନ ଥିବା ବେଳେ ଅନ୍ୟ କୌଣସି କ୍ଷତ ନାହିଁ। ତାଙ୍କୁ ଏହି ମୁଣ୍ଡା ପରିବାର ଘର ଭିତରେ କୌଣସି କାରଣରୁ ମାରିଦେବା ପରେ ଘୋଷାରି ଘୋଷାରି ପୋଖରୀରେ ଫିଙ୍ଗିଥିବା ମୃତକଙ୍କ ପୁଅ ମନୋରଞ୍ଜନ ବେହେରା ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories