www.samajalive.in
Wednesday, December 10, 2025
18.1 C
Bhubaneswar

ଅହମଦାବାଦ ବିମାନ ଦୁର୍ଘଟଣା – ଅଳ୍ପକେ ରହିଗଲା ୫ ଜୀବନ

ଡେସ୍କ: କଥାରେ ଅଛି, ରଖେ ହରି ତ ମାରେ କିଏ। ବେଳେ ବେଳେ ଏଭଳି କିଛି ଘଟିଯାଏ ଯାହା ଆପଣଙ୍କୁ ସାରା ଜୀବନ ଭଗବାନଙ୍କ ନିକଟରେ ଋଣୀ କରିଦିଏ। ଜୁନ ୧୨ରେ ଅହମଦାବାଦ ବିମାନ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିବା ସେମିତି ୭ ଜଣ ବ୍ୟକ୍ତିଙ୍କ କଥା ଆସନ୍ତୁ ଜାଣିବା ଯେଉଁମାନେ କୌଣସି ନା କୌଣସି କାରଣରୁ ସେହି ବିମାନରେ ଯାତ୍ରା କରିପାରି ନ ଥିଲେ ଓ ସେମାନଙ୍କ ଜୀବନ ରହିଯାଇଥିଲା।

(୧) ଜଣେ ମା’ର ଲୁହ
ରିପୋର୍ଟ ଅନୁଯାଯ଼ୀ, ୟମନ ବ୍ୟାସ ସବୁକିଛି ପ୍ରସ୍ତୁତ କରିଥିଲେ। ଲଣ୍ଡନକୁ ତାଙ୍କ ଫେରନ୍ତା ଟିକେଟ୍ ନିଶ୍ଚିତ ହୋଇଥିଲା ଓ ତାଙ୍କ କାଗଜପତ୍ର ସବୁ ପ୍ରସ୍ତୁତ ଥିଲା। ଯେତେବେଳେ ସେ ବିମାନ ବନ୍ଦରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ତାଙ୍କ ମା’ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେ ଦୁଃଖରେ ପୁଅକୁ ଆଉ କିଛି ଦିନ ତାଙ୍କ ସହ ରହିବାକୁ କହିଥିଲେ। ତାଙ୍କ ବାପା ନୀରବରେ ମା’ଙ୍କ କଥାକୁ ସମର୍ଥନ ଜଣାଇଥିଲେ। ଆଉ ନିଜକୁ ସମ୍ଭାଳି ପାରିନଥିଲେ ୟମନ, ସେହି ମୁହୂର୍ତ୍ତରେ ନିଷ୍ପତ୍ତି ନେଲେ ଯେ ସେ ଆଉ କିଛି ଦିନ ରହିବେ ତେଣୁ ଟିକେଟ ବାତିଲ କରିଦେଲେ। ୨ ଘଣ୍ଟା ପରେ ଘଟିଲା ବିମାନ ଦୁର୍ଘଟଣା। ମା’ର ଲୁହ ବଞ୍ଚାଇ ଦେଲା ପୁଅର ଜୀବନ।

- Advertisement -

(୨) ମିଳିଲାନି ବୋର୍ଡିଙ୍ଗ ପାସ
୨୯ ବର୍ଷୀୟ ଜୟୀମୀନ ପଟେଲ ଓ ୨୫ ବର୍ଷୀୟ ପ୍ରିୟା ପଟେଲ ଲଣ୍ଡନରେ ରହୁଥିବା ବନ୍ଧୁଙ୍କ ପାଖକୁ ଛୁଟି ବିତାଇବା ପାଇଁ ବିମାନବନ୍ଦରରେ ପହଂଚିଥିଲେ। ସେଠାରୁ ହିଁ ଆରମ୍ଭ ହୋଇଥିଲା ସମସ୍ୟା। ବିମାନବନ୍ଦର କର୍ମଚାରୀମାନେ ଠିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିଲେ। ଉଭୟ ବିମାନ ମଧ୍ୟକୁ ଯିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ବୋର୍ଡିଙ୍ଗ ପାସ ମିଳିବାରେ ବିଳମ୍ବ ହେଉଥିଲା। ଉଭୟ ମଧ୍ୟ ବିମାନବନ୍ଦର କର୍ମଚାରୀଙ୍କୁ ବୋର୍ଡିଙ୍ଗ ପାସ ଦେବା ଲାଗି ଅନୁରୋଧ କରୁଥିଲେ କିନ୍ତୁ ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ମନ ଦୁଃଖରେ ଘରକୁ ଫେରି ଆସିଥିଲେ। ଘରେ ପଶୁ ପଶୁ ଫୋନ ରିଂ ହୋଇଥିଲା। ଜଣେ ବନ୍ଧୁ ଫୋନ କରି ଟିଭିରେ ନ୍ୟୁଜ ଦେଖିବା ପାଇଁ କହିଲେ। ଟିଭିରେ ନ୍ୟୁଜ ଦେଖିବା ପରେ ଉଭୟ ବିଶ୍ୱାସ କରିପାରୁ ନ ଥିଲେ ଯେ ସେମାନେ କେତେ ବଡ ବିପତ୍ତିରୁ ରକ୍ଷା ପାଇଯାଇଛନ୍ତି।

(୩) ଅନୁଭୂତିର ଅର୍ଥ କ’ଣ
ସାବଜୀ ଟିମ୍ବାଡ଼ିଆଙ୍କ ପାଇଁ ୧ଏ ଆସନ ସଂରକ୍ଷିତ ଥିଲା। ବ୍ୟାଗ ପ୍ୟାକ ହୋଇ ସାରିଥିଲା। ମନ ବ୍ୟାକୁଳ ହେଉଥିଲା କେମିତି ଶୀଘ୍ର ଲଣ୍ଡନରେ ପହଂଚିବେ ଓ ପୁଅକୁ ଭେଟିବେ। କିନ୍ତୁ ସେଦିନ ସକାଳ ସମୟରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ କିନ୍ତୁ ତାହା ଭୟର କାରଣ ନ ଥିଲା।

ସେ ପୁଅ ପାଖକୁ ଫୋନ କଲେ ଓ କହିଲେ ମୁଁ ଆଜି ଯାଉନାହିଁ। ପରେ ଯେତେବେଳେ ସେ ଟେଲିଭିଜନ ଅନ୍ କଲେ, ତାଙ୍କର ନିଷ୍ପତ୍ତି ସମ୍ପୂର୍ଣ୍ଣ ଅର୍ଥପୂର୍ଣ୍ଣ ବୋଲି ସେ ଅନୁଭବ କରିଥିଲେ।

(୪) ରାସ୍ତାକଡ଼ରେ ଅଟକିଗଲେ
ଭୂମି ଚୌହାନ ବିଳମ୍ବରେ ଯାଉଥିଲେ। ସେ ତାଙ୍କ ପୁଅକୁ ଭାରତରେ ଛାଡି ଲଣ୍ଡନ ଯାଇଥାନ୍ତେ। ଅହମ୍ମଦାବାଦର ଟ୍ରାଫିକ ଯୋଗୁ ସେ ମଝି ରାସ୍ତାରେ ଅଟକି ଯାଇଥିଲେ। ସେ ବିମାନବନ୍ଦରରେ ପହଂଚିବା ବେଳକୁ ୧୨:୨୦ ହୋଇଯାଇଥିଲା କିନ୍ତୁ ବୋର୍ଡିଂ ଗେଟ୍ ୧୨:୧୦ରେ ବନ୍ଦ ହୋଇଯାଇଥିଲା। ସେ କର୍ମଚାରୀମାନଙ୍କୁ ନିବେଦନ କଲେ କିନ୍ତୁ ସବୁ ବିଫଳ ହେଲା।

ମନ ଦୁଃଖରେ ସେ ଭରୁଚକୁ ଫେରିବାର ଦୀର୍ଘ ଯାତ୍ରା ଆରମ୍ଭ କଲେ। କିଛି ମିନିଟ୍ ପରେ, ଦୁର୍ଘଟଣାର ଖବର ଚାରିଆଡେ ବ୍ୟାପିଗଲା। ଦଶ ମିନିଟର ଟ୍ରାଫିକ୍ ସବୁକିଛି ବଦଳାଇ ଦେଲା।

(୫) ବିଳମ୍ବ ଯୋଗୁ ବଂଚିଗଲା ଜୀବନ
ଭଦୋଦରାରେ ଜୟେଶ ଠକ୍କର ବଡ ଧରଣର ଗରବା କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ପରିଚିତ। ଏଆଇ ୧୭୧ରେ ବୋର୍ଡିଂ କରିବାର ତାଙ୍କର ସମସ୍ତ ଉଦ୍ଦେଶ୍ୟ ଥିଲା। କିନ୍ତୁ ସେ ଲଣ୍ଡନ ଯିବା ପାଇଁ କୋଲକାତାରୁ ଠିକ ସମୟରେ ଫେରିପାରିନ ଥିଲେ ଓ ପରବର୍ତ୍ତୀ ସମୟ ପାଇଁ ପୁନର୍ବାର ବୁକିଂ କରିଥିଲେ। ତେଣୁ ବିଳମ୍ବ ହେବା ଏକ ଜୀବନ ରକ୍ଷାକାରୀ ନିଷ୍ପତ୍ତି ବୋଲି ପ୍ରମାଣିତ ହେଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories