www.samajalive.in
Monday, December 8, 2025
27.1 C
Bhubaneswar

ସୀତାବିଞ୍ଜି ରଜ ମହୋତ୍ସବରେ ୩୦ ହଜାର ଶ୍ରଦ୍ଧାଳୁ, ବର୍ଷାରେ ଭିଜିଲେ ପର୍ଯ୍ୟଟକ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ପଞ୍ଚାୟତର ଐତିହାସିକ, ପୌରାଣିକ ଓ ପ୍ରତ୍ନତାତ୍ୱିକ ମର୍ଯ୍ୟାଦା ରଖିଥିବା ସିତାବିଞ୍ଜିରେ ୩ ଦିନିଆ ରଜ ମହୋତ୍ସବର ସଂକ୍ରାନ୍ତି ଅବସରରେ ଆଜି ଅପରାହ୍ନ ୩ ଟା ସୁଦ୍ଧା ଅନ୍ୟୁନ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି । ଏଠାରେ ପର୍ବତ ସଦୃଶ ପ୍ରସ୍ତର ଶିଳା ଉପରେ ମା ସୀତା ଠାକୁରାଣୀଙ୍କ ସହ ଲବ କୁଶଙ୍କ ପ୍ରତିମାଙ୍କୁ ଲୋକେ ଭୋଗ ଲାଗି କରିବା ସହ ଶହ ଶହ ମାନସିକ ଧାରୀ ଏଠାରେ ସ୍ଵତନ୍ତ୍ର ପୂଜା ମଧ୍ୟ କରିଛନ୍ତି। ମାଘୁ ଦେହୁରୀ ଓ ନରଣ ଦେହୁରୀ ପୂଜାର୍ଚ୍ଚନା ଦାୟିତ୍ଵରେ ଥିଲେ। ଏଠାରେ ମାନସିକ ରଖିଲେ ଅପୁତ୍ରିକ ପୁତ୍ରବତୀ ହେବାର କାହାଣୀ ଥିବାରୁ ବିଶେଷ କରି ଏଠାରେ ମହିଳାମାନଙ୍କ ଭିଡ଼ ହୋଇଥାଏ । ରଜ ପାଇଁ ଏଠାରେ ଦୋଳି ଠାରୁ ଆରମ୍ଭ କରି ମନୋହରୀ ଦୋକାନ , ଫାଷ୍ଟ ଫୁଡ୍, ଜଳଖିଆ ଦୋକାନ , ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳଣା, ଆଇସ କ୍ରିମ, ଗୁପଚୁପ , ଚାଟ ଏଠାରେ ମୀନା ବଜାରର ଭ୍ରମ ସୃଷ୍ଟି କରିଛି। ମା ସୀତା ଠାକୁରାଣୀ ଟ୍ରଷ୍ଟର କର୍ମକର୍ତ୍ତାମାନେ ଏଠାରେ ଧାଡ଼ି ଦର୍ଶନ ଓ ପୂଜା ନୀତିକୁ ଶୃଙ୍ଖଳିତ କରୁଥିବାବେଳେ ଘଟଗାଁ ଓ ଢେଙ୍କିକୋଟ ପୁଲିସ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ମୁତୟନ ଅଛନ୍ତି। ଗ୍ରାମର କୁହ୍ଲିଆ ନାୟକ , ଧବଳେଶ୍ଵର ନାୟକ , ରାଜୀବ ମହାପାତ୍ର , ମୂରଲୀଧର ନାୟକ , କ୍ଷୀରୋଦ ନାୟକ , ରମେଶ ନାୟକ ,ସୁଶାନ୍ତ ଦେହୁରୀ , ଗୋକୁଳ ନାୟକ , ପ୍ରଦୀପ ନାୟକ , ବାପି ମହାପାତ୍ର , ଭଗବାନ ବେହେରା , ମନୋଜ ନାୟକ ପ୍ରମୁଖ ଭିଡ଼ ପରିଚାଳନା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଏଠାରେ ସ୍ବେଚ୍ଛାସେବୀ ଭଳି କାମ କରୁଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories