ସାଂସଦଙ୍କ ହସ୍ତକ୍ଷେପ ପରେ ଆସୁଛି ମୃତଦେହ
ଫୁଲବାଣୀ: ଲେମନ ଦିଗାଲ ନାମକ ଆମ୍ବେଦକର କଲୋନୀ, ଦଡିଙ୍ଗିଆ, ରାଇକିଆର ଜଣେ ଯୁବକ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଦାଦନ ଖଟିବାକୁ ଯାଇଥିଲେ। ଗତ ଗୁରୁବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ଯୋଗୁଁ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମର ଶରୀର ନିଜ ଘରକୁ ଆଣିବାରେ ତାଙ୍କ ଭଉଣୀକୁ ବହୁତ ଅସୁବିଧା ହେଉଥିଲା ଯାହା ଫଳରେ ସେ ଜୁଲିମା ଦଳ ବେହେରା ନାମକ ଜଣେ ବିଜେପି କାର୍ଯ୍ୟକର୍ତାଙ୍କୁ ଜଣାଇଥିଲେ ଏବଂ ଜୁଲିମା ଦଳ ବେହେରା ତୁରନ୍ତ ଏ ବାବଦରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଜଣାଇଥିଲେ। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ଯୁବକଙ୍କ ମର ଶରୀର ତାଙ୍କ ବାସଭବନକୁ ଏକ ଆମ୍ବୁଲାନସ ଯୋଗେ ଆସୁଛି।
Comments are closed.