ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ୧୨୦ତମ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୬ ତାରିଖରୁ ୩୧ ତାରିଖ ମଧ୍ୟରେ ଜାତୀୟ କ୍ରୀଡା ଦିବସ ପାଳନ ପାଇଁ ଆସିଥିବା ନିର୍ଦ୍ଦେଶନାମା ଆଧାରରେ ଏହା ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଅଧ୍ୟକ୍ଷା ସଂଗୀତା ମହାପାତ୍ର ଛାତ୍ରୀମାନେ ଶିକ୍ଷା ସହିତ କ୍ରୀଡାର ମହତ୍ବ ଓ ଉପକାରିତା ବିଷୟରେ ବୁଝିବା ଦରକାର ବୋଲି ମତପ୍ରକାଶ କରିଥିଲେ। ଶାରୀରିକ ଓ ମାନସିକ ଅଭିବୃଦ୍ଧି ସହିତ ସୁସ୍ଥ ଓ ନିରୋଗ ଜୀବନ ପାଇଁ ନିୟମିତ କ୍ରୀଡା ଓ ବ୍ୟାୟାମ କରିବା ଅଧ୍ୟାପିକା ପ୍ରତିମା ସିଂହ, ଟ୍ଵିଙ୍କିଲ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ପଣ୍ତା ଓ ସରିତା ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ କେତେକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।
Popular Categories



