ଗୁଡଭେଲା: ଗୁଡଭେଲା ବ୍ଲକ ଜାମୁଟ ଗଣେଶ ପୂଜା କମିଟିର ଯୁବକମାନେ ରବିବାର ଗାଁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକଡ ସଫେଇ କରିଛନ୍ତି। ଦୀର୍ଘ ଦିନ ହେବ ନଦୀ ରାସ୍ତା, ବିଭିନ୍ନ ଛକଗୁଡ଼ିକରେ ରାସ୍ତା ପାର୍ଶ୍ବରେ ଅନାବନା ଘାସ ରହିବା ସହ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା। ଯାହା ଦ୍ୱାରା ସାଧାରଣ ଲୋକେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଗାଁର ଗଣେଶ ପୂଜା କମିଟିର ଯୁବକମାନେ ସାମିଲ ହୋଇ ଗାଁ ସଫେଇ କାର୍ଯ୍ୟ କରିଥିବାରୁ ସାଧାରଣରେ ବେଶ୍ ପ୍ରଶଂସିତ ହୋଇଛନ୍ତି।
Popular Categories



