www.samajalive.in
Sunday, December 7, 2025
26.1 C
Bhubaneswar

ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଏବଂ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଲାଞ୍ଜିଗଡ ବ୍ଲକ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ଶୁକ୍ରବାର ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସିଏଚସି ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଲାଞ୍ଜିଗଡ ସିଏଚସି ଠାରେ ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷୀରେ ଲାଞ୍ଜିଗଡ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସପ୍ତାହ ପୂର୍ବରୁ ବ୍ଲକ ଅଞ୍ଚଳରେ ସୂଚନା ଦିଆଯାଇଥିଲା। ଶୁକ୍ରବାର ବିଶ୍ୱନାଥପୁର ସିଏଚସି ଠାରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼.ଆଶିଷ କୁମାର ଧାରୁଆ ଏହି ଶିବିରଟିକୁ ଉଦ୍ଘାଟନ କରିବାସହ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ୬୬ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ପରିପେକ୍ଷୀରେ ସିଏଚସି ପକ୍ଷରୁ ବିପିଏମ ମାନସ ନୟନ ସ୍ୱାଇଁ, ପିଏଚଇଓ ଦିବାକର ପ୍ରଧାନ, ବିଏଏମ ମିତ୍ରଭାନୁ ଦାସ, ବିଡିଏମ ମକରଧ୍ବଜ ନାଏକ, ବିଜୟଶ୍ରୀ ମଲ୍ଲିକ, ଜୟବ ନାଏକ, ସୌମ୍ୟ ରଞ୍ଜନ ନାଗ ପ୍ରମୁଖ କରିଥିଲେ। ସେହିପରି ଆଜି ଶନିବାର ଲାଞ୍ଜିଗଡ ସିଏଚସି ଠାରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼. ଭବାନୀ ଶଙ୍କର ମହାନ୍ତି ବିଭିନ୍ନ ପଞ୍ଚାୟତରୁ ଆସିଥିବା ୨୭ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟୁନା ପାଣିଗ୍ରାହୀ, ତପନ କୁମାର ସାହୁ, ସୁଚିତ୍ର ନାଗ, ନୀଳିମା ଡୁଙ୍ଗଡୁଙ୍ଗ, ଗୋବିନ୍ଦ ନାଏକ, ଡମ୍ବରୁଧର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories