ସମ୍ବଲପୁର: ସମ୍ବଲପୁର ଫାଟକ ଠାରେ ରେଳଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଶାସନ ଥାନା ଅର୍ନ୍ତଗତ କରମ ଟୋଲି ନିବାସୀ ଶିବରାଜ ଓରାମ (୨୨) କୌଣସି ଏକ କାର୍ୟ୍ୟରେ ସହରକୁ ଆସିଥିଲେ। ସେ ଘରକୁ ଫେରିବା ସମୟରେ ଫାଟକ ଦେଇ ଯାଇଥିବା ରେଳ ଧାରଣା ପାରି କରୁଥିବା ବେଳେ ଅଚାନକ ଏକ ମାଲବାହୀ ରେଳଗାଡି ଆସିଯିବାରୁ ତା ସହିତ ଧକ୍କା ହୋଇଥିଲା। ଫଳରେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଜିଆରପି ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲା। ଏ ସର୍ମ୍ପକରେ ଜିଆରପି ଥାନାରେ ଅପମୃତ୍ୟୁ ମାମଲା ୧୫/୨୦୨୩ ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



