ଫୁଲବାଣୀ: କନ୍ଧମାଳ ଜିଲା କୋଟଗଡ଼ ଘାଟିରାସ୍ତାରେ ବଢୁଛି ଦୁର୍ଘଟଣା। ଆଜି କୋଟଗଡ଼ ପଟୁ ବାଇକ ରେ ଦୁଇ ଯୁବକ ପାରିଗଡ଼଼ ଅଭିମୁଖେ ଯିବାବେଳେ ଅପର ପଟୁ ମାଝୀଗୁଡାରୁ ଦୁଇ ଜଣ କୋଟଗଡ଼ ଆଡକୁ ଉଭୟେ ବାଇକ ଯୋଗେ ଯିବା ଆସିବା କରିବା ବେଳେ ଘଟିଲା ବଡ଼ ଦୁର୍ଘଟଣା। ହଠାତ ବତୀତୋଟା ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଗୋଟିଏ ବାଇକ ଅନ୍ୟ ଗୋଟିଏ ବାଇକ ଉପରେ ଷ୍ଟଣ୍ଟ କରିବା ପରି ଠିଆ ହୋଇ ରହିଥିଲା, ଆଉ ସେତିକି ବେଳକୁ ଉଭୟ ବାଇକର ଚାରିଜଣ ଗୁରୁତର ହୋଇଥିଲେ। ମାଝୀଗୁଡାର ନାବାଳକ ଶକ୍ତିମାନ ପାଲଟାସିଂ (୧୬)କୁ ଉଦ୍ଧାର କରି ଡାକ୍ତରଖାନା ଆଣିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନିଜଣ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
Popular Categories



