www.samajalive.in
Thursday, December 11, 2025
14.1 C
Bhubaneswar

କ୍ୟାରିୟର କାଉନସେଲିଂ ଶିବିର ଅନୁଷ୍ଠିତ

କେନ୍ଦୁଝରଗଡ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ କେନ୍ଦୁଝର ଜିଲ୍ଲା, ସରକାରୀ ମହିଳା ମହାବିଦ୍ୟାଳୟରେ ଶନିବାର ଦିନ ଏକ କ୍ୟାରିୟର କାଉନସେଲିଂ ତଥା  ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସାହୁ, ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଡ଼. ବିଷ୍ଣୁ ଚରଣ ଦାସ, ମୁଖ୍ୟ ବକ୍ତା ଭାବରେ ରିଜର୍ଭ ବ୍ୟାଙ୍କର ପ୍ରବନ୍ଧକ ବିନୋଦ କୁମାର ଦାସ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାୟ ୩୦୦ ଛାତ୍ରୀ (ସ୍ନାତକ ଓ ସ୍ନାତକୋତ୍ତର) ଅଂଶ ଗ୍ରହଣ କରିଥିଲେ। ଶ୍ରୀ ଦାସ ଛାତ୍ରୀ ମାନଙ୍କୁ ଆରବିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ କ୍ୟାରିୟରର ଅଗ୍ରଗତି, ଉପଲବ୍ଧ ସୁବିଧା, ପରୀକ୍ଷା ଢାଞ୍ଚା ସମ୍ବନ୍ଧରେ ଅବଗତ କରାଇଥିଲେ। ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପିକା ଡ଼. ପ୍ରୀତି ମଞ୍ଜରୀ ମିଶ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories