ଗୁରୁଡ଼ିଝାଟିଆ: ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଅନୁସୂଚିତ ଜନଜାତି ଗାଁରେ ଗୋପବନ୍ଧୁ ଚିକିତ୍ସାଳୟ ଓ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଔଷଧ ବଣ୍ଟ କରାଯାଇଛି। ଡାକ୍ତର ବିକ୍ରମ ଷଡଙ୍ଗି ଓ ସେବିକାମାନେ ଉପସ୍ଥିତ ରହି ପ୍ରାୟ ୮୦ଜଣ ଲୋକଙ୍କୁ ଚିକିତ୍ସାସେବା ଓ ମାଗଣୀ ଔଷଧ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ,ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ, କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତ, ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ସମିତିସଭ୍ୟ ପ୍ରତିନିଧି ସରୋଜ ପ୍ରଧାନ, ଶ୍ରମିକ ନେତା ସନ୍ତୋଷ ବେହେରା, ରବୀନ୍ଦ୍ର ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



