କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସ୍ଥାନୀୟ କେ, ଭି ମହାବିଦ୍ୟାଳୟରେ ତାଳୁକ ସ୍ତରୀୟ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପଦ୍ମଲୋଚନ ବର୍ମାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଣ୍ଟାବାଞ୍ଜି କୋର୍ଟର ଅତିରିକ୍ତ ଓ ଜିଲ୍ଲା ଦୌରା ଜଜ ରାଜେଶ କୁମାର ନାୟକ, ସବଜଜ ପରିତୋଷ ସେଠି ଏବଂ ଜେଏମଏଫସି ରାହୁଲ କୁମାର ଜେନା ପ୍ରମୁଖ ଯୋଗଦେଇ ଆଇନ ସେବାର ବିଭିନ୍ନ ସ୍ତର ଓ ପ୍ରକାର ଉପରେ ଆଲୋଚନା କରିଥିଲେ। ଗରିବ, ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତି ମାନେ କିପରି ଏ ଆଇନର ସୁବିଧା ନେଇ ପାରିବେ ସେ ଉପରେ ବିଶଦ ଆଲୋଚନା କାରାଯାଇଥିଲା ।
ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ତଥା କଲେଜର ଡିନ ଡ଼ ସଞ୍ଜୟ କୁମାର ମିଶ୍ର ସଭା ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼ ନୀଲାମ୍ବର ସାରକା ଧନ୍ୟବାଦ ଅର୍ପଣ କରିଥିଲେ। କାଁହୁ ଚରଣ ମିଶ୍ରଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଏ ସମାରୋହରେ ସାମିଲ ହୋଇଥିଲେ ।



