ଗଞ୍ଜାମ: ଗଞ୍ଜାମ ଅଞ୍ଚଳରେ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଞ୍ଚଳ ବର୍ତମାନ ଉତ୍ସବ ମୁଖର ହୋଇଉଠିଛି। ସେଥିମଧ୍ୟରୁ ପୁଇଁତଳା ସାନ ସାହି ପୂଜା କମିଟି ପକ୍ଷରୁ ଏହି ପୂଜା ମହାସମାରୋହରେ ପାଳିତ ହେଉଛି। ଏହି ଉପଲକ୍ଷେ ବୁଧବାର ଦିନ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପlରମ୍ପପରିକ ରୀତିନୀତି ଅନୁସାରେ ସୂର୍ଯ୍ୟ ପୂଜା, ସନ୍ଧ୍ୟା ଆଳତୀ, ହୋମ କାର୍ଯ୍ୟ ପୁରୋହିତଙ୍କ ଦ୍ଵାରା ସମାପିତ ହେଉଛି। ସୁନ୍ଦର ସାଜସଜା, ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଲୋକଙ୍କୁ ଅଧିକ ଆକର୍ଷିତ କରୁଛି। ସନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ସନ୍ଧ୍ୟାରେ ବିସର୍ଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Popular Categories



