ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ଵୁଢ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି। ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସଵ ଚାଲିବ। ପ୍ରଥମ ଦିନରେ ବିଶମୁଣ୍ଡ ବୁଢ଼ା ରଜାଙ୍କ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳ ଭକ୍ତ ସମେତ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ହଜାର ହଜାର ମହିଳା କଳସ ଯାତ୍ରାରେ ସାମିଲ ହୋଇ ମହାଆଡମ୍ବରରେ ପୂଜାର୍ଚ୍ଚନା କରିଛନ୍ତି। ବିଶ୍ୱାସ କରାଯାଏ ଯେ ପ୍ରଭୁ ବିଶମୁଣ୍ଡ ବୁଢ଼ାରଜାଙ୍କ ପାଖରେ ଯାହାବି ମାନସିକ କରାଯାଇଥାଏ ତାହା ପୂର୍ଣ ହୋଇ ଥାଏ। ପାହାଡ଼ ପଦର ବୁଢ଼ାରଜା ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ଏହି ପୂଜାର ଶନିବାର ଦିନ ପୂର୍ଣ୍ଣାହୁତି ହେବ। ବିଶମୁଣ୍ଡ ଵୁଢ଼ାରଜାଙ୍କ କଳସ ଶୋଭାଯାତ୍ରାରେ ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Popular Categories



