www.samajalive.in
Wednesday, December 10, 2025
16.1 C
Bhubaneswar

ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର ଓ ମୂର୍ତ୍ତି ଉଦ୍ଧାର, ୨ ଗିରଫ

କଳାପଥର (ବାଙ୍କୀ): ଗତ କିଛି ଦିନ ଧରି କଟକ ଜିଲ୍ଲାର ବୈଦେଶ୍ୱର ଥାନା ଅଞ୍ଚଳରେ ଗ୍ରାମରେ ରହୁ ନ ଥିବା ଲୋକଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଚୋର ଗ୍ୟାଙ୍ଗ ମନ୍ଦିର ଉପରେ ଆଖି ପକାଇ ବିଭିନ୍ନ ଗ୍ରାମର ମନ୍ଦିରରୁ ରୁପା, ସୁନା ଅଳଙ୍କାର ଓ ଠାକୁରଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ହୋଇଥିଲା। ବିଶେଷ କରି ପତନୀ ଛକ, ବୈଦେଶ୍ୱର୍, ଛକ ବଲଭଦ୍ରପୁର, ଜଗନ୍ନାଥପୁର, କେନ୍ଦୂପଲ୍ଲି, କଳାପଥର ଗୋଲେଇ ଛକ ଅଞ୍ଚଳରେ ଚୋର ମାନେ ଲୋକ ଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ। ବର୍ତ୍ତମାନ ବୈଦେଶ୍ୱର୍ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ଯୋଗ ଦେବା ଦିନ ଠାରୁ ଚୋରଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଚୋର ଗ୍ୟାଙ୍ଗର ସଦସ୍ୟ ମାନେ ଚୋରୀ ସାମଗ୍ରୀ କେଉଁଠି ବିକ୍ରି କରିଦେଉଛନ୍ତି ତ କେଉଁଠି ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବାର ସୁରାକ ପାଇବା ପରେ ପୋଲିସ ମୁଖ୍ୟ ଦୁଇ ଜଣ ଅଳସୁଆ ଗ୍ରାମର ସମୀର ନାୟକ ଓ ପୁଇଁଚା ଗ୍ରାମ ପଞ୍ଚାୟତର ଗହିରଗାଡିଆ ଗ୍ରାମର ସୁମନ ସ୍ବାଇଁ ଓରଫ ନଣ୍ଡାଙ୍କୁ ପୋଲିସ ଧରି ଆଣି ଥାନାରେ ପଚରା ଉଚରା କରିବା ପରେ ଏହି ଦୁଇ ଜଣ ଯାକ ଚୋର ଚୋରି ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ଆଗରେ ସୂଚନା ଦେଇଥିଲେ। ଚୋରି ସାମଗ୍ରୀ ଆଣି କେଉଁଠି ରଖନ୍ତି କାହାକୁ କାହାକୁ ବିକ୍ରି କରିଦେଇଛନ୍ତି ତାହାର ତଦନ୍ତ କରି ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ବଳଭଦ୍ରପୁର୍ ଗ୍ରାମର ଠାକୁର ରାଧାକାନ୍ତ ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ରୁପାର ଦୁଇଟି ହାର ଉଦ୍ଧାର ହୋଇଛି। ଅବଶିଷ୍ଟ ରାଧାଙ୍କର କିରଟି ସହ ବାହୁଟି ଏବଂ ମାଳ ଯଥା ଶୀଘ୍ର ସନ୍ଧାନ କରି ଫେରେଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଅନେକଙ୍କ ଘରୁ ଟିଭି, ଫ୍ରିଜ୍, ପାଣି ପମ୍ପ, କୁଲର୍ କଂସା ବାସନ, ଭଳି ବହୁ ଘର କରଣା ସାମଗ୍ରୀ ଜବତ କରିବା ପରେ ଚୋରି ହୋଇଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଛନ୍ତି ପୋଲିସ୍, ଠାକୁରଙ୍କ ରୂପା ଅଳଙ୍କାର ବଳଭଦ୍ରପୂର୍ ମନ୍ଦିରର ପରିଚାଳନା କମିଟି ସଦସ୍ୟଙ୍କୁ ପୋଲିସ ହସ୍ତାନ୍ତର କରିଛନ୍ତି। ଅନେକ ମୂର୍ତ୍ତୀ ମହାନଦୀରେ ଫିଙ୍ଗି ଦେଇଥିବାର ସୂଚନା ଦେଇଛନ୍ତି ଚୋର। ସବୁ ଚୋରୀ ସାମଗ୍ରୀ ନିକଟସ୍ଥ ଅଳସୁଆ ପାହାଡର ଉପରି ଭାଗରେ ଏକ ପଥର ଖୋଲ ମଧ୍ୟରେ ରଖିଥିବାରୁ ପାହାଡ ଚଢ଼ି ସ୍ବତନ୍ତ୍ର ଟିମ ସେଠାରୁ ସମସ୍ତ ସାମଗ୍ରୀ ଉଦ୍ଧାର କରି ଦୁଇ ଜଣ ଯାକ ଚୋରଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆ ଯାଇଥିବାର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories