ପାଟଣା: ୭୮ତମ ସ୍ବାଧିନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଆରମ୍ଭ ହୋଇଛି। ସ୍ବାଧିନତାର ଏହି ଅମୃତ ମହୋତ୍ସବରେ ସମସ୍ତ ନାଗରିକଙ୍କୁ ଦେଶକୁ ଭଲ ପାଇବା ଓ ଦେଶ ପାଇଁ ସମର୍ପଣ ଭାବନାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜି ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟକ ଘରେ ତ୍ରିରଙ୍ଗା ଉଡାଇବାକୁ ଅନୁରୋଧ କରାଯାଇଛି। ଏହାକୁ ଅଧିକ ବ୍ୟାପକ କରିବା ପାଇଁ ବୁଧବାର ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରିଥିଲା। ଆଜିର ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ବ୍ଲକ ଅଞ୍ଚଳର ଏସଏଚଜି ମହିଳାଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ।
Popular Categories



