www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଭୂ ଧବଳେଶ୍ୱରଙ୍କ ଶ୍ରାବଣୀ ପର୍ବ ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଶ୍ରାବଣୀ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ଆଠଗଡ଼ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଭୂ ଧବଳେଶ୍ୱରଙ୍କ ଶ୍ରାବଣୀ ପର୍ବ ତଥା ପ୍ରତ୍ୟେକ ସୋମବାରରେ ପ୍ରଭୂଙ୍କ ଜଳଲାଗି ପାଇଁ ହଜାର ହଜାର କାଉଡିଆ ସମାଗମ ହୋଇ ଜଳଲାଗି କରିବାକୁ ଥିବାରୁ ବିଶଦ ଭାବରେ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ପ୍ରଥମ କରି ପ୍ରଶାସନ ପକ୍ଷରୁ ପ୍ରଭୂଙ୍କ ନିକଟକୁ ଜଳଲାଗି କରିବାକୁ ଆସୁଥିବା କାଉଡିଆମାନଙ୍କ ପାଇଁ ପ୍ଲାଷ୍ଟିକ ଢାଳରେ ଜଳଲାଗି କରିବା ପାଇଁ ବାରଣ କରାଯାଇଛି। ଏଥିପ୍ରତି ଆଗନ୍ତୁକ ଶ୍ରଦ୍ଧାଳୁ ଓ କାଉଡିଆମାନେ ଯତ୍ନବାନ ହେବା ନିମନ୍ତେ ପ୍ରଶାସନ ନିବେଦନ କରିଛନ୍ତି।

ପୀଠକୁ ଆସିବା ନିମନ୍ତେ ମହାନଦୀରେ ସଂଯୋଗ କରୁଥିବା କଂକ୍ରିଟ ସେତୁରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରିବା ,୨୪ଘଣ୍ଟିଆ ବିଦ୍ୟୁତ୍‌‌ ସରବରାହ ଯୋଗାଣ, ଆପାତକାଳୀନ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନଦୀଘାଟ ଓ ଦୀପଷ୍ଟାଣ୍ଡ ନିକଟରେ ଅଗ୍ନିସେବା ବାହିନୀର କର୍ମଚାରୀ ମୁତୟନ ହେବା, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହିତ ଦୁଇଟି ଆମ୍ବୁଲାନ୍ସ ଓ ଆବଶ୍ୟକ ସଂଖ୍ୟକ ସାପ କାମୁଡା ଇଞ୍ଜେକସନ ରଖିବା, ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସଫେଇ କାର୍ଯ୍ୟ ସଂପର୍କରେ ବିଶଦ ଭାବେ ଆଲୋଚନା କରିବା ସହିତ କାଉଡିଆ ଯାତାୟାତ ପାଇଁ ବ୍ୟାରିକେଟ ନିର୍ମାଣ ଏବଂ କଂକ୍ରିଟ ସେତୁର ପ୍ରବେଶ ପଥ ନିକଟରେ କାଉଡିଆମାନେ କାଉଡି ରଖି କେବଳ ଜଳପୂର୍ଣ୍ଣ କଳସୀ ଧରିଯିବା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଶାନ୍ତିଶୃଙ୍ଖଳା ନିମନ୍ତେ ଆରକ୍ଷୀମାନେ ମୁତୟନ, କଂକ୍ରିଟ ସେତୁରେ ମାଙ୍କଡଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ବନ ବିଭାଗର ଅଧିକାରୀମାନେ ଦୃଷ୍ଟିଦେବା ଏବଂ ନୂଆପାଟଣା ଠାରୁ କଂକ୍ରିଟ ସେତୁ ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ସଂଗେ ସଂଗେ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ତହସିଲଦାର ଶ୍ରୀ ସ୍ୱାଇଁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନେ ଠିକଣା ଢଙ୍ଗରେ କାର୍ଯ୍ୟ ସଂପାଦନ ନିମନ୍ତେ କହିଥିଲେ। ଧବଳେଶ୍ୱର ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର କୁମାର ପଣ୍ଡା, ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଶାହାଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଡଃ ଅଜୟ କୁମାର ମହାପାତ୍ର, ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ବେହେରା, ଆଠଗଡ଼ ଟିପିସିଓଡିଏଲର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ସାମନ୍ତରାୟ, ଧବଳେଶ୍ୱର ବିଟ ହାଉସ ଅଧିକାରୀ ଗିରୀଶ ମହାନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଦେବୋତ୍ତର ସୁପରଭାଇଜର ଭବାନା ଶଙ୍କର ପଣ୍ଡାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରକାଶଯୋଗ୍ୟ ଆସନ୍ତା ୨୨ତାରିଖ ଦିନ ଶ୍ରାବଣର ପ୍ରଥମ ସୋମବାର ଅନୁଷ୍ଠିତ ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories