www.samajalive.in
Sunday, December 7, 2025
23.1 C
Bhubaneswar

ରୁପାନ୍ତରିତ ବିଦ୍ୟାଳୟ : ପାନୀୟଜଳ ବ୍ୟବସ୍ଥା ନାହିଁ ,ସଂପୁର୍ଣ୍ଣ ହୋଇପାରୁନି ଶୈାଚାଳୟ

ବାସୁଦେବପୁର: ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ସହିତ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ୫ଟି ଯୋଜନାରେ ରୁପାନ୍ତରିତ ବିଦ୍ୟାଳୟ । ହେଲେ ରୁପାନ୍ତରିତ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା ଉତ୍କଟ ରୁପ ଧାରଣ କରିଥିବା ବେଳେ ଛାତ୍ରୀମାନଙ୍କ ସହ ଶିକ୍ଷୟତ୍ରୀମାନେ ଶୈାଚ ହେବା ପାଇଁ ବାହାରକୁ ଯିବାକୁ ପଡୁଛି । ଅନେକ ସମୟରେ ଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି । ବାସୁଦେବପୁର ବ୍ଲକ ଅଧିନ ସରକାରୀ ୟୁଜି ହାଇସ୍କୁଲ ଗୋବିନ୍ଦପୁରର ବୋଲି ଜଣାପଡିଛି ।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୨ଜଣ ଛାତ୍ରୀମାନଙ୍କ ସହ ମୋଟ ୩୮୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ହାଇସ୍କୁଲରେ ମୋଟ ୧୩ଜଣ ଶିକ୍ଷକଶିକ୍ଷୟତ୍ରୀ ଥିବା ବେଳେ କ୍ରୀଡାଶିକ୍ଷକ ଓ ହିନ୍ଦୀ ଶିକ୍ଷକ ନଥିବା ଜଣାପଡିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବା ବେଳେ ଖାଇବା ପୁର୍ବରୁ ହାତ ଧୋଇବା, ପିଇବା ପାଣିର ଘୋର ଅଭାବ ବୋଲି ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି । ଏହି ହାଇସ୍କୁଲ ନିକଟ ଦୁଇଶହ ମିଟର ଦୂରରେ ଥିବା ନଳକୂପରୁ ଲୁଣିପାଣି ବାହାରୁଥିବା କାରଣରୁ ତାହା ପିଇବା ପାଇଁ ଅନୁପଯୁକ୍ତ ଥିବା ସହ ରୁପାନ୍ତରିତ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା ଓ ଶୈାଚାଳୟ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା ।

- Advertisement -

ମାତ୍ର ଠିକାଦାର ଅଧାପନ୍ତରିଆ ଭାବରେ କାମକରି ସରକାରଙ୍କ ତହବିଲରୁ ଅର୍ଥ ଉଠାଣ କରିନେଇଥିବା ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ସଞ୍ଜିବକୁମାର ସାହୁ କୁହନ୍ତି, ମୁଁ ଏସଂପର୍କରେ ପୁର୍ବରୁ ଜାଣିନଥିଲି । ତେବେ ଖୁବଶିଘ୍ର ନିର୍ମାଣାଧିନ ପ୍ରକଳ୍ପ ସଂପୁର୍ଣ୍ଣ କରାଯିବାକୁ ପଦକ୍ଷେପ ନିଆଯିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories