www.samajalive.in
Saturday, December 6, 2025
26.1 C
Bhubaneswar

ବନ ମହୋତ୍ସବ ଉଦ୍ୟାପିତ

ଚୌଦ୍ୱାର: ଚୌଦ୍ୱାରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଚାଲିଥିବା ବନମହୋତ୍ସବ ସପ୍ତାହ ଉଦ୍ୟାପିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ତରଫରୁ ଗୋପବନ୍ଧୁ ଖେଳ ପଡିଆ, ଓଟିଏମ ସ୍କୁଲ, ହନୁମାନ ବାଟିକା, ମଙ୍ଗୁଳି ଛକ, ବାଟବୁଢୀ କଲୋନୀ, ନାରାୟଣ ପଡିଆ, କଳମଝରୀ ପୋଖରୀ ଆଦି ସ୍ଥାନ ମାନଙ୍କରେ ବ୍ୟାପକ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ୧୧ନଂ ୱାର୍ଡ କାଉନସିଲର ବିନୋଦିନୀ ରାଉତରାୟ, ଅବସରପ୍ରାପ୍ତ ଡେପୁଟି କମାଣ୍ଡାଟ ସୈଳେନ୍ଦ୍ର ମୁଖୀ, ଶିକ୍ଷକ ଜିତେନ ରାଉତ, ସଞ୍ଜୟ ରାଉତ, ପ୍ରବୋଧ ରାଉତରାୟ, ଲୋକନାଥ ସାହୁ, ଶିକ୍ଷାବିତ୍ ଗଣେଷ ପ୍ରସାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଅନୁଷ୍ଠାନର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ, ଅଶ୍ୱିନୀ କୁମାର ଜେନା, ଅମୁଲ୍ୟ ରାଉତରାୟ, ସୁରେଶ ଚନ୍ଦ୍ର ରାଉତରାୟ, ଭୀମସେନ ବିଶ୍ୱାଳ, ଶ୍ରୀକାନ୍ତ ପାକଳ ଓ ହରିହର ବେଉରାଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories