ରେଙ୍ଗାଲି: ସରକାର ଗରିବ ପରିବାରର ଅବିବାହିତ ଅସହାୟ ଯୁବତୀ/ମହିଳାମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିମାସ ଭତ୍ତା ପ୍ରଦାନ କରାଯିବା ସକାଶେ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ତୃଣମୂଳ ସ୍ତରରେ କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରିବ ଅବିବାହିତ ଯୁବତୀଙ୍କ ପାଇଁ ଅବିବାହିତ ଭତ୍ତା ସାତ ସପନ ପାଳଟିଛି। ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମର ୪୦ ବର୍ଷ ବୟସ୍କା ବଲ୍ଳବୀ ସିଂ ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି। ମାତ୍ର ୧୨ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିବା ବଲ୍ଲବୀ ୧ବର୍ଷ ହେଲା ତାଙ୍କ ମାଆଙ୍କୁ ହରାଇଛନ୍ତି। ଜମିବାଡି ଥାଇ ନଥିଲା ସହିତ ସମାନ। ବଂଚିବା ପାଇଁ ସଂଘର୍ଷ କରୁଥିବା ବଲ୍ଳବୀ ପେଟପାଟଣା ପାଇଁ ଦିନ ମଜୁରିଆ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସରକାରଙ୍କ ଅବିବାହିତଙ୍କୁ ଭତ୍ତା (ପେନସନ) ଦେବା ଯୋଜନାରୁ ଭତ୍ତା ପାଇଁ ଗତ ବର୍ଷ ଆବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଖାରଜ କରି ଦିଆଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।
Popular Categories



