ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଳିକ୍ୟାମ୍ପ ୫୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଶ୍ରୀ ସିଦ୍ଧି ବିନାୟକ ସ୍କୁଲରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଆଜି ଶେଷ ହୋଇଛି। ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ୧୮ ତାରିଖରେ ବିଦ୍ୟାଳୟ ଗୁଡ଼ିକ ପୁନଃ ଖୋଲିବା ପରେ ବିଦ୍ୟାଳୟରେ ଉନ୍ନତ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଶିଶୁ ମାନଙ୍କର ସାମଗ୍ରିକ ବିକାଶ କରିବା, ଶିକ୍ଷା ପ୍ରତି ଶିଶୁ ମାନଙ୍କ ଆଗ୍ରହ ସୃଷ୍ଟି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ବିଜେପୁରର ଉଦ୍ଧବ ପବ୍ଲିକ ସ୍କୁଲ୍, କାଠଡେରା ଲିଟିଲ୍ ଷ୍ଟେପ ପବ୍ଲିକ ସ୍କୁଲ ଓ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ପ୍ରାୟ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ମାନ୍ୟତା ପ୍ରାପ୍ତ ପ୍ରଶିକ୍ଷକ ତଥା ଉପରୋକ୍ତ ତିନି ବିଦ୍ୟାଳୟର ପରିଚାଳନା କରୁଥିବା ବିଦ୍ୟୁତ୍ ଦାଶ, ଆର୍ ଏସ ପି କ୍ରିଷ୍ଣା ଓ ବିକାଶ କୁମାର ସେନ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଇଥିଲେ।
Popular Categories



