www.samajalive.in
Wednesday, December 10, 2025
26.1 C
Bhubaneswar

ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ଫୁଲବାଣୀ ବିଧାୟକ

ଫୁଲବାଣୀ:ନବ ନିର୍ବାଚିତ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ଯାଇ ଜଣେ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ବୁଢ଼ାଦାନୀ ଗ୍ରାମର ଲିପ୍ସାଲତା କହଁରଙ୍କ ଗତ କିଛିଦିନ ତଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଏମ୍‌ସରେ ଭର୍ତି କରା ଯାଇଥିଲା। ତାଙ୍କ ମସ୍ତିଷ୍କ କାମ କରୁ ନ ଥିବା ଡାକ୍ତର କହିଥିଲେ। କିଛି ପରୀକ୍ଷା ମେଡିକାଲ ବାହାରେ କରିବାକୁ ପଡିବାରୁ ଅର୍ଥର ଅଭାବ ଦେଖା ଦେଇଥିଲା। ଫୁଲବାଣୀ କୁଇ ସମାଜ ତରଫରୁ ତାଙ୍କୁ ସହାୟତା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା। ବିଧାୟକ ଉମାଚରଣ ମଲିକ ଏମ୍‌ସକୁ ଯାଇ ରୋଗୀଙ୍କୁ ଦେଖା କରିବା ସହିତ ସାହାଯ୍ୟର ହାତ ବଢାଇଛନ୍ତି। କୁଇ ସମାଜ ସମ୍ପାଦକ ଅବନୀ କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ଭାଷା ସାହିତ୍ୟ ସମିତି ସଭାପତି ଦୀନବନ୍ଧୁ କହଁର, ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଶେଷଦେବ କହଁର, ପ୍ରକାଶ କହଁର ପ୍ରମୁଖ ବିଧାୟକଙ୍କ ସହ ଉପସ୍ଥିତ ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories