www.samajalive.in
Wednesday, December 10, 2025
26.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡି: ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ମଙ୍ଗଳବାର ଉତ୍ସବ ମୁଖର ହୋଇଥିଲା ସମଗ୍ର ପୀଠ। ବିବାହ ପାଇଁ ବରପିତା ଓ କନ୍ୟାପିତାଙ୍କ ଘରେ ବନ୍ଧୁପରିଜନଙ୍କର ଭିଡ ଲାଗିଥିବା ବେଳେ ପୀଠର ସମସ୍ତଙ୍କ ଘରେ ଉଛୁଳି ପଡିଥିଲା ବନ୍ଧୁପରିଜନଙ୍କର କୋଳାହଳରେ। ମଣିବାବାଙ୍କ ମାନବୀୟ ଲିଳା ଭାବେ ମାତା ପାର୍ବତୀଙ୍କ ହାତ ଧରିଥିଲେ ମଧ୍ୟ ରାତ୍ରରେ। ଏଥିପାଇଁ ମନ୍ଦିରରେ ଦିନତମାମ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିଥିଲେ ବରପିତାଙ୍କ ଘରକୁ ବାଜା ବାଣ ରୋଷଣୀରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ରାଜ୍ୟରୁ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବାଦ୍ୟ ଓ ନୃତ୍ୟ ଶିଳ୍ପୀ ଯୋଗ ଦେଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories