www.samajalive.in
Friday, December 12, 2025
14.1 C
Bhubaneswar

ରଣେନ୍ଦ୍ର ଓ ସନ୍ତୃପ୍ତଙ୍କର ଜୋରଦାର ପ୍ରଚାର, ସମର୍ଥନ ଘୋଷଣା କଲା ଆଇନଜୀବୀ ମଞ୍ଚ

ଆଠଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ମେ ୨୫ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌‌ ହେବାକୁ ଥିବାବେଳେ ନିର୍ବାଚନ ପ୍ରଚାର ଶେଷ ହେବା ପାଇଁ ଆଉ ଗୋଟିଏ ଦିନ ହାତରେ ଥିବାରୁ ପ୍ରାର୍ଥୀମାନେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆପଣାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାଁନ୍ତି। ବୁଧବାର ବିଜୁ ଜନତା ଦଳର ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଟକ ଲୋକସଭା ପ୍ରାର୍ଥୀ ଡଃ ସନ୍ତୃପ୍ତ ମିଶ୍ର ୧ନଂ ଜୋନରେ ମାରାଥନ ପ୍ରଚାର କରିଛନ୍ତି। ତରଡିଙ୍ଗ ଖେଳପଡ଼ିଆଠାରୁ ଏକ ବାଇକ ଶୋଭାଯାତ୍ରାରେ ଉଭୟ ଶ୍ରୀ ସ୍ୱାଇଁ ଓ ଡଃ ମିଶ୍ର ପ୍ରଚାର ଆରମ୍ଭ କରି ତରଡିଙ୍ଗ ପଞ୍ଚାୟତ, କୁଲାଇଲୋ, ଦୋରଡ, ସଠିଲୋ, ସମସରପୁର, ଇଚ୍ଛାପୁର, ଜେନାପଦା, ବଡଭୂଇଁ, ଖୁଣ୍ଟକଟା ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରା ସମୟରେ ବିଭିନ୍ନ ଗ୍ରାମର ଛକ ଜାଗାରେ ପଥପ୍ରାନ୍ତ ସଭା କରି ବିଜେଡି ସରକାରଙ୍କ ଦ୍ୱାରା ରାଜ୍ୟର ଏବଂ ଆଠଗଡ଼ରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇ ସମର୍ଥନ ପାଇଁ ନିବେଦନ କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୬ଷ୍ଠ ଥର ବିଜେଡି ସରକାରକୁ ଆସିଲେ ତୁରନ୍ତ ୫୦-୧୦୦ୟୁନିଟ ବିଜୁଳି ଛାଡ କରାଯିବ ଏବଂ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯିବ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଚାର ବେଳେ ସୂଚନା ଦେଇଥିଲେ। ଶୋଭାଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ମହିଳାମାନେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଦଳର ବହୁ ତୁଙ୍ଗନେତା, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଶହ ଶହ ଦଳୀୟ କର୍ମୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଆଠଗଡ଼ର ସଚେତନ ଆଇନଜୀବୀ ମଞ୍ଚର ସଦସ୍ୟ ଓକିଲମାନଙ୍କ ପକ୍ଷରୁ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତି ସେମାନଙ୍କର ସମର୍ଥନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉଦ୍ୟମରେ ଆଠଗଡ଼ର ବିଭିନ୍ନ କ୍ଷେତ୍ରରେ ପ୍ରଭୃତ ବିକାଶ ହୋଇଥିବା ଦର୍ଶାଇ ସେମାନେ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଠଗଡ଼ର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, କ୍ରୀଡା ଓ ସାମାଜିକ କ୍ଷେତ୍ରରେ ବିଗତ ଦିନଗୁଡିକରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଗୋପବନ୍ଧୁ ବିଜ୍ଞାନ କଲେଜର ଦୀର୍ଘ ଦିନର ଜମି ସମସ୍ୟା ସମାଧାନ ସହିତ ସ୍କୁଲ ଓ କଲେଜ ଗୁଡିକର ଭିତ୍ତିଭୂମି ବିକାଶ, ଗମନାଗମନ ଓ କୃଷିକ୍ଷେତ୍ରର ବିକାଶ ଏବଂ କ୍ରୀଡାକ୍ଷେତ୍ରେର ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇଛି। ଆଠଗଡ଼ ଅଦାଲତର ନୂତନ ଗୃହନିର୍ମାଣ ପାଇଁ ବିଧାୟକ ରଣେନ୍ଦ୍ରଙ୍କ ଉଦ୍ୟମ ଫଳରେ ୭କୋଟି ଟଙ୍କାର ଅନୁଦାନରେ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ବୋଲି ସଚେତନ ଆଇନଜୀବୀ ମଞ୍ଚ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯିବା ସହ ରଣେନ୍ଦ୍ରଙ୍କ ପ୍ରତି ସମର୍ଥନ ଘୋଷଣା କରାଯାଇଛି। ସଚେତନ ଆଇନଜୀବୀ ମଞ୍ଚର ସଭାପତି ସଂଜୟ କୁମାର ଦାଶଙ୍କ ସମେତ କର୍ମକର୍ତ୍ତା ପ୍ରସନ୍ନ କୁମାର ରାଉତ, ସତ୍ୟେନ ପଣ୍ଡା, ବିନୟ ଶୁକ୍ଳ, ମନୋରଞ୍ଜନ ମହାନ୍ତି, ସରୋଜ ପଟ୍ଟନାୟକ, ପ୍ରତାପ କୁମାର ରାଉତରାୟ, ସମ୍ବିତ ତ୍ରିପାଠୀ, ନିମାଇଁ ଚରଣ ଦାସ, ଦୀପକ ପ୍ରସାଦ ମାନସିଂହ, ଶରତ ଦାଶ, ବିରଞ୍ଚି ନାରାୟଣ ରଣା ପ୍ରମୁଖ ରଣେନ୍ଦ୍ରଙ୍କ ପ୍ରତି ସମର୍ଥନ ଘୋଷଣା କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories