www.samajalive.in
Sunday, December 7, 2025
16.1 C
Bhubaneswar

ଆମ ସମୟର ନିର୍ବାଚନ – ୮ ହଜାର ଟଙ୍କାରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ପ୍ରସନ୍ନ ପଣ୍ଡା

ରେଙ୍ଗାଲି: ଆମ ସମୟର ନିର୍ବାଚନ ଓ ଏବର ନିର୍ବାଚନ ଭିତରେ ଆକାଶ ପାତାଳର ଫରକ ବୋଲି କହନ୍ତି ରେଙ୍ଗାଲି ରମ୍ପେଲାକେମ୍ପର ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବି ରାମସହାୟ ପଣ୍ଡା। ସେତେବେଳେ ପ୍ରାର୍ଥୀ ଗୋଟିଏ ଜିପ୍ ଗାଡିରେ ୪।୫ ଜଣଙ୍କୁ ଧରି ଗାଁକୁ ପ୍ରଚାରରେ ଆସି ଗାଁରେ ସଭାକରି ଭୋଟ ମାଗୁଥିଲେ। ଗାଁରେ ଏକତା ଥିଲା। ଭୋଟ୍ ପୂର୍ବରୁ ପଡାରେ ଗାଁରେ ଲୋକେ ଏକତ୍ରିତ ହୋଇ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବେ ସ୍ଥିର କରୁଥିଲେ। ଏବେ ଗ୍ରାମ୍ୟ ଏକତା କୁଟିଳ ରାଜନୀତିର କବଳିତ ହୋଇ ଖିନ୍ ଭିନ୍। ସ୍ବାର୍ଥ ହାସଲ ପାଇଁ ଗୋଟିଏ ପରିବାରରେ ବାପ ପୁଅ ଭାଇ ଭାଇ ଅଳଗା ଅଳଗା ଦଳରେ ରହିବା ଭଲି ଦୃଶ୍ୟ ଦେଖିବାକୁ ମିଳୁଛି। ଗାଁ ଏକତା କଥା କିଏ ପଚାରେ। ଆଜିକାଲି ଭଲି ଭୋଜିଭାତ, ମଦ ମାଂସ ଆୟୋଜନ, ଭୋଟରଙ୍କୁ ଟଙ୍କା ବାଣ୍ଟିବା ପ୍ରଥା ସେତେବେଳେ ନଥିଲା। ବ୍ୟାନର ପୋଷ୍ଟର କାଁଭାଁ ବ୍ୟବହାର ହେଉଥିଲ। ନିର୍ଦ୍ଧିଷ୍ଟ ନୀତି ଆଦର୍ଶ ବିଚାରଧାରା ଉପରେ ନେତା ମାନେ ରାଜନୀତି କରୁଥିଲେ। ଏବେ ରାଜନୀତି ଓ ନିର୍ବାଚନ ସ୍ବାର୍ଥବାଦୀ ଠିକାଦାରଙ୍କ ଦ୍ବାରା କବଳିତ। ନୀତି ଆଦର୍ଶ ବିଚାରଧାରା ମୂଲ୍ୟହୀନ ଓ ଭାଷଣ ସର୍ବସ୍ବ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ ହେଁ ପ୍ରାର୍ଥୀ ମାନେ ପରସ୍ପର ପ୍ରତି ଅପମାନ ସୂଚକ ଶଦ୍ଦ କି ଅପଶବ୍ଦ ବ୍ୟବହାର କରୁ ନଥିଲେ। ପ୍ରତିପକ୍ଷ ହେଲେ ବି ଉଭୟେ ଉଭୟଙ୍କ ବିଚାର ଧାରା ପ୍ରତି ଅସୂୟା ମନୋଭାବ ନଥିଲା ପରସ୍ପର ପ୍ରତି ସମ୍ମାନବୋଧ ଥିଲା। ଆଜିକାଲି ଯେମିତି ଟଙ୍କା ଦେଇ ଗାଡିରେ ଲୋକ ବୁହା ହୋଇ ସଭା ସମିତି, ରାଲି, ରୋଡ୍ ସୋ ଆୟୋଜିତ ହେଉଛି। ଆମ ସମୟରେ ଏସବୁ ନଥିଲା। ଲୋକେ ସରଳ ବିଶ୍ବାସୀ ଥିଲେ। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ, ନୀତି ଆଦର୍ଶକୁ ଦେଖି ଲୋକେ ଭୋଟ ଦେଉଥିଲେ। ଏବେ ନେତା ଭୋଟରଙ୍କୁ ନାନାଦି ପ୍ରକାର ପ୍ରଲୋଭନ ଦେଖାଇ ଲାଞ୍ଚୁଆ କରିଦେଲେଣି। ଅର୍ଥ ବଳ ବାହୁବଳ ଏବେକାର ନିର୍ବାଚନ ରାଜନୀତିକୁ କବଳିତ କରିଛି। ନିର୍ବାଚନ ଦିନକୁ ଦିନ ଅତି ବ୍ୟୟ ବହୁଳ ହେବାରେ ଲାଗିଛି। ଯୋଗ୍ୟତା ଥିଲେ କି ଇଚ୍ଛା ଥିଲେ ବି କୋଟିପତି ନହେଲେ ନିର୍ବାଚନ ଲଢିବା ଗରିବ ମଧ୍ୟବିତ୍ତଙ୍କ ପାଇଁ ଅସମ୍ଭବ ହୋଇପଡୁଛି।

ମୋର କାକା ପ୍ରସନ୍ନ କୁମାର ପଣ୍ଡା ସିପିଆଇରୁ ଅନେକ ଥର ବ୍ରଜରାଜନଗର ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ। ତାଙ୍କ ନିର୍ବାଚନ ଖର୍ଚ୍ଚ କେତେ ହୋଇଛି ବୋଲି ପଚାରିବାରୁ ମାତ୍ର ୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଥିଲେ। ଆମ ସମୟର ନେତା ନିର୍ଦ୍ଧିଷ୍ଟ ନୀତି ଆଦର୍ଶ ମୂଲ୍ୟବୋଧ ଉପରେ ଆସ୍ଥା ରଖି ନିର୍ବାଚନ ଲଢି ରାଜନୀତି କରୁଥିଲେ। ନିର୍ବାଚନରେ ଏକାଧିକ ଥର ପରାଜିତ ହେଲେ ବି ଦଳତ୍ୟାଗ କରୁନଥିଲେ। ନିର୍ବାଚନରେ ପରାଜିତ ହେଲେ ବି କ୍ଷମତା ଲୋଭରେ ଦଳ ପ୍ରାୟ ଦଳ ତ୍ୟାଗ କରୁନଥିଲେ। ଏବେକାର ନିର୍ବାଚନ ରାଜନୀତିରେ ଦଳ ଡିଆଁ ସଂକ୍ରାମକ ରୋଗ ଭଳି ସବୁ ଦଳକୁ ଗ୍ରାସ କରିସାରିଛି। ଅଧିକାଂଶ ନେତାଙ୍କ ନୀତି ଆଦର୍ଶ ମୂଲ୍ୟବୋଧ ବୋଲି କିଛି ନାହିଁ। ବର୍ଷା ଯୁଆଡେ ଛତା ସେଆଡେ ନୀତିରେ ଚାଲିଛି ଏବେକାର ରାଜନୀତି। ନେତାଙ୍କ କ୍ଷମତା ମୋହ ଆଗରେ ନୀତି ଆଦର୍ଶ ତୁଚ୍ଛ ପାଳଟିଛି। ସୁସ୍ଥ ଗଣତନ୍ତ୍ର ପାଇଁ ଏସବୁ ଲକ୍ଷଣ ଆଦୌ ଶୁଭଙ୍କର ନୁହେଁ ବୋଲି କହନ୍ତି ରାମସହାୟ ପଣ୍ଡା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories