ସମ୍ବଲପୁର ପାଇଁ ନିଜ ଦାୟିତ୍ୱ ଭୁଲିଛି ବିଜେଡି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ପ୍ରସଙ୍ଗ ନ ଥିବାରୁ ବିଜେଡି ସମ୍ବଲପୁର ପ୍ରତି ଥିବା ନିଜ ଦାୟିତ୍ୱକୁ ଭୁଲିଛି  ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହୋଯୋଗ ଓ ଷଡଯନ୍ତ୍ର କାରଣରୁ ହୋଇପାରୁନାହିଁ। ଯଦି ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତରଣ କଥା କୁହାଯାଉଛି ତେବେ ପ୍ରାୟ ସବୁ ସ୍ଥାନରେ କାହିଁକି ଲୋକମାନଙ୍କ ତରଫରୁ ଭୋଟ୍ ବର୍ଜନର କଥା ଆସୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବୁର୍ଲାରେ ବିଜେପିର ନୂତନ କାର୍ୟ୍ୟାଳୟର ଉଦଘାଟନ କରିବା ସହ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଏନଏଚ-୫୫ କୁ କେବଳ ପ୍ରସଙ୍ଗ କରି ନିଜର ଦାୟିତ୍ୱ ଭୁଲିଯାଇଛି। ସମ୍ବଲପୁର ସହରରେ ମୌଳିକ ସୁବିଧା ଉପଲବ୍ଧ କରାଇବାରେ ବିଜେଡି ସରକାର ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Comments are closed.