ଡେସ୍କ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ କଟକର ଅଗ୍ରଣୀ ସେବା ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ କାଜିପାଟଣା ସ୍ଥିତ ଆନନ୍ଦାଳୟ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ପଣା ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ରାଜଲକ୍ଷ୍ମୀ ପାତ୍ର ଓ ସମ୍ପାଦିକା ଶକୁନ୍ତଳା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃଷି ବିଜ୍ଞାନୀ ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ ଉପସ୍ଥିତ ରହି ଆଶ୍ରମ ପରିସରରେ କିପରି ପନିପରିବା ଚାଷ କରାଯିବ ସେ ସମ୍ପର୍କରେ ଉଦ୍ୟମ କରିବେ ବୋଲି କହିଥିଲେ। ଆଶ୍ରମର ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ସର୍ଗର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ସୁଚିତ୍ରା ରାୟ, ରେଣୁବାଳା ଭୂୟାଁ, ଆଲୋକ କୁମାର ସାହୁ, ଦିଲୀପ କୁମାର ସାହୁ, ଆଶୁତୋଷ ପତି , ମଞ୍ଜୁଲତା ଜେନା, ସୁରେନ୍ଦ୍ର କୁମାର ଦାସ, ପ୍ରଜ୍ଞା ବିଶ୍ଵାଳ, ରିନା ରାଣୀ ପଟ୍ଟନାୟକ, ହାସ୍ୟକବି ଲକ୍ଷ୍ମୀଛଡ଼ା, ଡକ୍ଟର ସୌଦାମିନୀ ନାୟକ, ମମତା ମଞ୍ଜରୀ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାହାଯ୍ୟ କରିଥିଲେ।
Popular Categories



