www.samajalive.in
Saturday, December 6, 2025
26.1 C
Bhubaneswar

ଖଡ଼ଙ୍ଗ ଓ ଖଇରମାଳ ବ୍ୟାରେଜର ଭିତ୍ତିପ୍ରସ୍ତର ସ୍ଥାପନ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ପଡିଆ ଠାରେ ବହୁ ପ୍ରତିକ୍ଷୀତ ଖଡ଼ଙ୍ଗ ବ୍ୟାରେଜ ସମେତ ଦୁଇଟି ପ୍ରକଳ୍ପକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏହି ଦୁଇଟି ପ୍ରକଳ୍ପ ଦ୍ୱାରା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ସୁବର୍ଣ୍ଣପୁର ଆଦି ଚାରିଟି ଜିଲାର ବହୁ ଚାଷ ଜମିକୁ ଜଳସେଚନର ସୁବିଧା ହେବା ଶହ ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ସୁବିଧା ହେବା ଦ୍ୱାରା ଅଂଚଳର ବିକାଶ ସମ୍ଭବ ହୋଇପାରିବ ବୋଲି ଆଭାସୀ ମାଧ୍ୟମରେ ନିଜ ବକ୍ତବ୍ୟରେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଖଡ଼ଙ୍ଗ ବ୍ୟାରେଜ ପ୍ରକଳ୍ପ ପାଇଁ ୧୯୯କୋଟି ୯୧ଲକ୍ଷ ଟଙ୍କା ଓ ମହାନଦୀର ଖଇରମାଳ ଠାରେ ମୋଟ ୯୨୫କୋଟି ୫୯ଲକ୍ଷ ଟଙ୍କାର ଅଟକଳ ଧାର୍ୟ୍ୟ ହୋଇଥିବା ପ୍ରକାଶ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories