www.samajalive.in
Saturday, December 6, 2025
23.1 C
Bhubaneswar

ପାଟଣାରେ କୃଷି ରଥର ଶୁଭାରମ୍ଭ

ପାଟଣା: ଚାଷୀ ମାନଙ୍କ ନିମନ୍ତେ ରବି ଫସଲକୁ ଆଖିଆଗରେ ରଖି କେନ୍ଦୁଝର ଜିଲ୍ଲା ପାଟଣା କୃଷି ବିଭଗ ଓ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଆଜି କୃଷି ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ପଞ୍ଚାୟତ ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଯୋଗଦାନ କରି କୃଷି କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଅଧିଦର୍ଶକ ଦୁର୍ଗାଚରଣ ତ୍ରିପାଠୀ, ପାଟଣା ବ୍ଲକର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ, ବ୍ଲକର ସମସ୍ତ ଅଧିଦର୍ଶକ ତଥା ଏ.ଟି.ଏମ ଏଠାରେ ଉପସ୍ଥିତ ଥିଲେ। ଏହି କୃଷି ରଥ ବ୍ଲକର ବିଭିନ୍ନ ଗ୍ରାମରେ ୬ଦିନ ଧରି ପଥପ୍ରାନ୍ତ ନାଟକ ମାଧ୍ୟମରେ ରବି ଫସଲ ବାବଦରେ କୃଷି ଓ ଆନୁଷଙ୍ଗିକ ବିଭାଗର ସଚେତନତା ଦିଗରେ ଚାଷୀ ମାନଙ୍କୁ ସଚେତନ କରାଇବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories