ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ

ନବରଙ୍ଗପୁର: ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ୟ୍ୟକ୍ରମର ଉଦଯାପନୀ ସମାରୋହ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସମ୍ମାନିତ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ପରିଷଦ, ଅଧ୍ୟକ୍ଷା ନନ୍ଦାହାଣ୍ଡି ରଶ୍ମିତା ମାଝୀ ଏବଂ ବିଶିଷ୍ଠ ଅତିଥି ଭାବରେ ଜିଲାପାଳ ଡଃ. କମଳ ଲୋଚନ ମିଶ୍ର, ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶାର ଜିଲା ନୋଡାଲ ଅଧିକାରୀ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଡି. ଗୋବିନ୍ଦା ରାଓ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହିତ ନୂଆ ଓଡ଼ିଶା ଗଠନରେ ଯୁବଶକ୍ତିର ସାମଗ୍ରିକ ବିକାଶ ପାଇଁ ଛାତ୍ର ଛାତ୍ରୀମାନଙ୍କର ଲୁକ୍କାୟିତ କଳା,ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହା ଓଡ଼ିଶା ସରକାର ଙ୍କର ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ସାମାଜିକ ସେବା ମନୋଭାବ ନେଇ ନିଜର ଦକ୍ଷତା ପ୍ରତିପାଦନ କରି କର୍ତ୍ତବ୍ୟ ପଥରେ ଆଗେଇ ଯିବାକୁ ଯୁବଶକ୍ତିଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ କ୍ରୀଡ଼ା, ସାହିତ୍ୟ,ସାଂସ୍କୃତିକ ଓ ସାମାଜିକ ସେବା ମୂଳକ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା। ଏହା ସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିଶୁ ଶ୍ରମିକ ଉପରେ ‘ଅଭୁଲା ଏ ଅତ୍ୟାଚାର‘ ନାମକ ଏକ ଛୋଟ ନାଟକ ପରିବେଷଣ କରାଯିବା ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ୟ୍ୟକ୍ରମ କରାଯାଇଥିଲା। ସମଗ୍ର କାର୍ୟ୍ୟକ୍ରମର ସଂଯୋଜନା ଅର୍ଥନୀତି ବିଭାଗର ମୁଖ୍ୟ ଦିଲ୍ଲୀପ ହୋତା ଓ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶମ୍ଭୁ ପ୍ରସାଦ ହୋତା କରି ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ ପାତ୍ର ଛାତ୍ରଛାତ୍ରୀମାନଙ୍କ ସହ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ସରକାରଙ୍କ ଏହି ନୂତନ ଅଭିନବ ଯୋଜନାକୁ ଅଧ୍ୟକ୍ଷ ଡ଼. ବିଶ୍ବାଳ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଟିକେଏସଏମଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୦ ଦିନ ଧରି ଆୟୋଜିତ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସୌଜନ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶାର ସମନ୍ଵିତ ଯୁବ ବିକାଶ ପକ୍ଷରୁ କାର୍ୟ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଯୋଗୀତା, ସାମାଜିକ କାର୍ୟ୍ୟକ୍ରମ ଏବଂ କଳା ଓ ସାଂସ୍କୃତିକ ସମନ୍ଵିତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବୁଧବାର ବିଦ୍ୟାଳୟର ଅଧ୍ୟକ୍ଷ ତଥା କାର୍ୟ୍ୟକ୍ରମର ଚେୟାରମେନ ପରମାନନ୍ଦ ଡାଙ୍ଗଙ୍କ ସଭାପତିତ୍ଵ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇ କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହିତ ଛାତ୍ରୀଛାତ୍ରଙ୍କ ସାମୁହିକ ଓ ସାମଗ୍ରିକ ବିକାଶରେ ଉତ୍ତମ ସହାୟକ ହୋଇ ପାରିବ ବୋଲି ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୀତା କହଁର, ଶିକ୍ଷାବିତ ନିଳାଚଳ ଭୋଇ ଓ ସୁଶାନ୍ତ ମାଝା, ସମାଜସେବୀ ପ୍ରଶାନ୍ତ ରଣା, ମନୋଜ ପାଣିଗ୍ରାହୀ, ଚିନ୍ତାମଣୀ କହଁର, ପୂର୍ବତନ ଛାତ୍ର ନିରଞ୍ଜନ ମଲିକ ଓ ସାମ୍ବାଦିକ ପ୍ରଭାତ କୁମାର ସାହୁ ପ୍ରମୁଖ ସଞ୍ଚାସିନ ରହି ଶିକ୍ଷା ସହ ଅନ୍ୟାନ୍ୟ ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାର ଏହା ପ୍ରକୃତ ମଞ୍ଚ ବୋଲି କହିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କାର୍ୟ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଅଶୋକ ଦେହୁରୀ ଅତିଥି ପରିଚୟ କରିଥିଲେ। କାର୍ୟ୍ୟକ୍ରମର କାର୍ୟ୍ୟ ଅଧିକାରୀ ଅଧ୍ୟାପକ ପରେଶ ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ ଦେଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଝସକେତନ ଡାଙ୍ଗ, ସସ୍ମିତା ଖ୍ବାସ, ସତ୍ୟନାରାୟଣ ପଣ୍ଡା, ନିଳକଣ୍ଠ ସା, ଅମିତାରାଣୀ ବୈଠାରୁଙ, ଖେଳ ଶିକ୍ଷକ ରାଜକୁମାର ଭୋଇ, ଗ୍ରନ୍ଥାକାରିକା କ୍ଷୀରୋଦ୍ର ସାହୁ, ସୌମ୍ୟରଂଜନ ପାତ୍ର, ଦେବରାଜ ବିଶି, ବିଜୟଭୂଷଣ ପ୍ରଧାନ, ସଂଧ୍ୟାବାଲା ଗିରି ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Comments are closed.