www.samajalive.in
Saturday, December 13, 2025
15.1 C
Bhubaneswar

ଆଭାସି ଶୁଣାଣି ସାମ୍ପ୍ରତିକ ଆବଶ୍ୟକତା: ବିଚାରପତି ବୋପନ୍ନା

କଟକ : କରୋନା ମହାମାରୀ ସମୟରେ ବିଶ୍ୱରେ ବହୁ ପରିବର୍ତ୍ତନ ଆସିଛି। ସେ ସମୟରେ ଅଦାଲତରେ ମାମଲା ପରିଚାଳନା ଆଭାସି(ଭର୍ଚୁଆଲ) ମାଧ୍ୟମରେ ହେଉଥିଲା। କାଗଜବିହୀନ ଅଦାଲତ ପରିଚାଳନା କରୋନା ସମୟରେ ସମ୍ଭବ ହୋଇପାରିଛି। ତେଣୁ ସାମ୍ପ୍ରତିକ ସ୍ଥିତିରେ ମାମଲାର ଭର୍ଚୁଆଲ(ଆଭାସି) ଶୁଣାଣି ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହାଦ୍ୱାରା ମହକିଲ ସହଜରେ ନ୍ୟାୟିକ ସେବା ପାଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ସ‌େ‌ର୍ବାଚ୍ଚ ନ୍ୟାୟଳୟର ବିଚାରପତି ଏ.ଏସ୍‌.ବୋପନ୍ନା।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ମର୍କତନଗରସ୍ଥିତ ଜୁଡିସିଆଲ ଏକାଡେମୀ ପରିସରରେ ଆୟୋଜିତ ‘ଡିଜିଟାଇଜେସନ ପେପରଲେସ୍‌ ଏବଂ ଇ-ଇନିସିଏଟିଭ୍‌’ ଜାତୀୟ କର୍ମଶାଳା ଉଦ୍‌ଯାପନୀ ଉତ୍ସବରେ ବିଚାରପତି ବୋପନ୍ନା କହିଥିଲେ ଯେ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାରେ ଓଡ଼ିଶା ଆଗରେ ରହିଛି। ପ୍ରତି ଜିଲା ଅଦାଲତରେ ଆଭାସି(ଭର୍ଚୁଆଲ) ଶୁଣାଣିର ବ୍ୟବସ୍ଥା କରାଯିବା ନେଇ ସେ ଗୁରୁତ୍ବାରୋପ କରିଥିଲେ।
ସର୍ବୋଚ୍ଚ ନ୍ୟାୟଳୟର ଅନ୍ୟତମ ବିଚାରପତି କ୍ରିଷ୍ଣା ମୁରାରୀ କହିଥିଲେ ଯେ ଶିଖିବାର କୌଣସି ବୟସ ସୀମା ନ ଥାଏ। ନିଜର ଅନୁଭୂତି ସମ୍ବନ୍ଧରେ ସେ କହିଥିଲେ ଯେ ସେ ପୂର୍ବରୁ ପ୍ରଯୁକ୍ତିବିଦ୍ୟା ସହ ଅଭ୍ୟସ୍ତ ନଥିଲେ। ବିଭିନ୍ନ ନ୍ୟାୟିକ କାର୍ଯ୍ୟକ୍ରମରେ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର ତାଙ୍କୁ ଏ ସମ୍ପର୍କର ଜ୍ଞାନ ଆହରଣ ପାଇଁ ପ୍ରେରଣା ଦେଇଥିଲା। ତେଣୁ ଆଇନଜୀବୀମାନେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।
ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏ.ଏସ୍‌. ମୁରଲୀଧର କହିଥିଲେ ପ୍ରଯୁକ୍ତି ବିଦ୍ୟା ଦେଶର ସବୁ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟକାରୀ ହୋଇଛି। ବିଭିନ୍ନ ଉଚ୍ଚ ନ୍ୟାୟଳୟରେ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ସମ୍ବନ୍ଧରେ ଜାଣି ଏହାକୁ ଉପଯୋଗ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇପାରିବ ବୋଲି ସେ ମତପୋଷଣ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ଫେସବୁକ୍‌, ଟ୍ବିଟ୍‌ର ଓ ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ବିଭିନ୍ନ ସମୟରେ ମାମଲାର ପରିଚାଳନାକୁ ପ୍ରଭାବିତ କରୁଛି। ଏଣୁ ନ୍ୟାୟିକ ପରିଚାଳନା ଉପରେ ଯେପରି ସାମାଜିକ ଗଣମାଧ୍ୟମର କୌଣସି ପ୍ରଭାବ ରହିବ ନାହିଁ ସେନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ସାମାଜିକ ଗଣମାଧ୍ୟମର ପ୍ରଭାବ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ସମ୍ମିଳନୀ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ। ଆଇନଜୀବୀ କାଗଜବିହୀନ କାର୍ଯ୍ୟକୁ ପ୍ରାଧାନ୍ୟ ଦେଲେ ଦେଶ​‌େ​‌ର ନ୍ୟାୟିକ ବ୍ୟବସ୍ଥା ସମ୍ପୂର୍ଣ୍ଣ କାଗଜବିହୀନ(ପେପରଲେସ) ହୋଇପାରିବ। ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ଶହେରୁ ଊର୍ଦ୍ଧ୍ବ ଅଦାଲତ କାଗଜବିହୀନ ହେବ ବୋଲି ମୁଖ୍ୟ ବିଚାରପତି କହିଥିଲେ।

ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଦ୍ୟୁତ୍‌ରଞ୍ଜନ ଷଡଙ୍ଗୀ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଚାରପତି ଗୌରୀଶଙ୍କର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ସମ୍ମିଳନୀର ଦ୍ୱିତୀୟ ଦିବସରେ କର୍ଣ୍ଣାଟକ, ମାଡ୍ରାସ, ମଣିପୁର, ପାଟଣା, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଓଡିଶା, କେରଳ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ସେମାନଙ୍କ ହାଇକୋର୍ଟର କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ। କର୍ମଶାଳାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୫୦ରୁ ଊର୍ଦ୍ଧ୍ବ ମୁଖ୍ୟ ବିଚାରପତି, ବିଚାରପତି ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାଗ ନେଇଥିଲେ। ପାରମ୍ପରିକ ପଦ୍ଧତି ତୁଳନାରେ ପ୍ରଯୁକ୍ତିବିଦ୍ୟା ଉପଯୋଗ କରିଲେ କୋର୍ଟ ପରିଚାଳନା ସହଜ ହୋଇପାରିବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ।
ସୂଚନାଯୋଗ୍ୟ ଶନିବାର ଏହି ଦୁଇଦିନିଆ ସମ୍ମିଳନୀକୁ ସ​‌େ​‌ର୍ବାଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଉଦଘାଟନ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories