www.samajalive.in
Friday, December 12, 2025
17.1 C
Bhubaneswar

ଜୟନ୍ତୀଙ୍କୁ ୩ୟ, ପଙ୍କଜ ଜିତିଲେ ୨ୟ ସ୍ବର୍ଣ୍ଣ

କଟକ  : ବେଙ୍ଗାଲୁରୁର ଶ୍ରୀ କେଣ୍ଟରେଭା ଷ୍ଟାଡ଼ିୟମରେ ଚାଲିଥିବା ଇଣ୍ଡିଆନ ଓପନ ପାରା ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ରବିବାର ଓଡ଼ିଶାକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି। ଧାବିକା ଜୟନ୍ତୀ ବେହେରା ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ଟି-୪୭ ବର୍ଗ ୨୦୦ମିଟର ଦୌଡ଼ରେ ରବିବାର ଜୟନ୍ତୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୟନ୍ତୀ ୨୦୦ ମିଟର ଦୌଡ଼କୁ ୨୬.୭୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ପୂର୍ବରୁ ଜୟନ୍ତୀ ୧୦୦ ଓ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଟି-୧୩ ପୁରୁଷ ୨୦୦ ମିଟର ଦୌଡ଼ରେ ପଙ୍କଜ ଭୂଏ ୨୬.୧୦ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିିତିଥିଲେ। ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୮ଟି ପଦକ ଜିତିଛନ୍ତି। ପୂର୍ବରୁ ପଙ୍କଜ ଲଙ୍ଗଜମ୍ପରେ ସ୍ବର୍ଣ୍ଣ ଓ ୧୦୦ ମିଟର ଦୌଡ଼ରେ ରୌପ୍ୟ , ଜାଭେଲିନରେ ସୁଚିତ୍ରା ପରିଡା ରୌପ୍ୟ ଓ ସଟ୍‌ପୁଟ୍‌ରେ ପ୍ରଫୁଲ୍ଲ ଖଣ୍ଡାୟତରାୟ କାଂସ୍ୟ ପଦକ ଜିତିଥିଲେ। ବିଷ୍ଣୁ ପ୍ରସାଦ ମିଶ୍ର ଓ ପାରାଲିମ୍ପିଆନ ମାର୍କଣ୍ଡ ରେଡ୍ଡି ଓଡ଼ିଶା ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories