www.samajalive.in
Saturday, December 13, 2025
21.1 C
Bhubaneswar

ଓଡିଶା ସମ୍ବାଦିକ ସଂଘ ବୌଦ୍ଧ ଶାଖାସାଧାରଣ ପରିଷଦ ବୈଠକ: ସୁକାନ୍ତ ପଟ୍ଟନାୟକ ସଭାପତି, ପ୍ରୀତିରଞ୍ଜନ ଦାସ ସମ୍ପାଦକ ମନୋନୀତ

ହରଭଙ୍ଗା: ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ବୌଦ୍ଧ ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ରବିବାର ପୁରୁଣାକଟକସ୍ଥିତ ଭୈରବୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ, ଅନ୍ୟତମ ଅତିଥିଭାବେ ରାଜ୍ୟ ସଂଗଠକ ସଞ୍ଜୀବ ନାୟକ, ରାଜ୍ୟ ଉପସଭାପତି କେ.ଶ୍ରୀନିବାସ ରାଓ, ରାଜ୍ୟ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, ହିରାଞ୍ଚଳ ସମ୍ପାଦକ ଯୁଗଳ କିଶୋର ସାହୁ, ଉପଦେଷ୍ଟା ଦିବ୍ୟଶଙ୍କର ରାଉତ୍ ପ୍ରମୁଖ ଯୋଗଦେଇଥିଲେ।

 

- Advertisement -

ପ୍ରାରମ୍ଭରେ ଭୈରବୀଙ୍କ ଫଟୋଚିତ୍ରରେ ପ୍ରଦୀପପ୍ରଜ୍ୱଳନ କରାଯିବା ସହିତ ସଂଘ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଭାତ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଂଘ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଭାତ ଦାସ ଓ କରୋନାରେ ପ୍ରାଣ ହରାଇଥିବା ଦିବଂଗତ ସାମ୍ବାଦିକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶଶିଭୂଷଣ ପ୍ରହରାଜ ନିଜ ଅଭିଭାଷଣରେ ସାମ୍ବାଦିକମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସସସ୍ୟା ଓ ସେମାନଙ୍କ ସୁରକ୍ଷା ଦିଗରେ ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ନିଜର ଉଦ୍ୟମ ଜାରି ରଖିବ ବୋଲି କହିଥିଲେ। ବୌଦ୍ଧ ଜନ ସୁରକ୍ଷା ମଞ୍ଚ ଆବାହକ ସତ୍ୟଜିତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଜିଲାସ୍ତରୀୟ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ସଂଘ ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରୀତିରଞ୍ଜନ ଦାସ ମନୋନୀତ ହୋଇଥିଲେ। ସେହିପରି ଉପସଭାପତି ଭାଗବତ ମେହେର, ସହ ସମ୍ପାଦକ ବଂଶୀଧର ମାଝୀ, କୋଷାଧ୍ୟକ୍ଷ ଦେବାନନ୍ଦ ସାହୁ, ଉପଦେଷ୍ଟା ଯୁଗଳ କିଶୋର ସାମଲ, ଦିବ୍ୟଶଙ୍କର ରାଉତ, ଚିତ୍ତରଞ୍ଜନନ ସିଂ, କାର୍ଯ୍ୟକାରୀ ସଦସ୍ୟ ସତ୍ୟନାରାୟଣ ପାଣି, ଜୟକୃଷ୍ଣ ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ, ବାସୁଦେବ ସାହୁ, ସୁଧାଂଶୁ ଶେଖର ମିଶ୍ର, ବିଭୁଦତ ବୋଷ, ସଞ୍ଜୀବ ମହାକୁଡ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସଭା କାର୍ଯ୍ୟରେ ସମ୍ପାଦକ ପ୍ରୀତିରଞ୍ଜନ ଦାସ ସଭା ପରିଚାଳନା କରିଥିଲେ।ଉପସଭାପତି ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories