ରାଜ୍ୟରେ ୫୯ ଜଣ ଏଚ୍‌୩ଏନ୍‌୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୫୯ ଜଣ ଏଚ୍‌୩ଏନ୍‌୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ଏବଂ ଫେବ୍ରୁଆରୀ ମାସରେ ୨୨୫ଟି ସଂଗୃହୀତ ନମୁନାରୁ ୫୯ ଜଣ ଏଚ୍‌୩ଏନ୍‌୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

prayash

ଏଥିରେ କୋଭିଡ୍‌ ପରି ଲକ୍ଷଣ ଦେଖା ଦେଇଥାଏ । ଥଣ୍ଡା ସହ କାଶ, ତଣ୍ଟି ଦରଜ, ଜର କିମ୍ବା ଶ୍ୱାସ ଜନିତ ସମସ୍ୟା ହେଲେ ତୁରନ୍ତ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି । ବାୟୁ ଦ୍ୱାରା ଏହି ଭୁତାଣୁ ବ୍ୟାପିଥାଏ । ସାଧାରଣ ସ୍ଥାନରେ କାଶ ଛିଙ୍କ ବେଳେ ରୁମାଲ ବ୍ୟବହାର କରିବା ଏବଂ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଜ୍ୱର, ଛାତିରେ ଯନ୍ତ୍ରଣା ଏବଂ ଖାଇବାରେ ଅସୁବିଦା ହେଲେ ତୁରନ୍ତ ଡାକ୍ତଙ୍କୁ ଦେଖାଇବା ଉଚିତ୍‌ ।

ରୋଗ ପ୍ରତିଷେଧକ ଶକ୍ତି କମ୍‌ ଥିବା ଏବଂ ବୟସ୍କଙ୍କ ନିକଟେର ଏହା ଗୁରୁତର ହେବାର ସମ୍ଭାବନା ରହିଛି ।

Comments are closed.